ବିଏସଏନଏଲର ‘ବିଜୟ ଦଶହରା’ ଅଫର୍ ! ରିଚାର୍ଜ ଉପରେ ମିଳିବ ୫୦ ପ୍ରତିଶତ କ୍ୟାସବ୍ୟାକ୍

68

ଆରମ୍ଭ ହେଲା ପାର୍ବଣ ଋତୁ । ଆଉ ଏହି ପାର୍ବଣ ଋତୁ ସହ ଆରମ୍ଭ ହୋଇଛି ଅଫର୍ ଋତୁ । ଦଶହରାକୁ ଆଖି ଆଗରେ ବିଏସଏନଏଲ୍ ଆଣିଛି ଦମଦାର୍ ଅଫର୍ । କମ୍ପାନୀର ଏହି ଅଫର୍ ନାଁ ହେଉଛି ‘ବିଜୟ ଦଶହରା’ । ବିଏସଏନଏଲର ଏହି ନୂଆ ପ୍ଲାନରେ ରିଚାର୍ଚ୍ଚ କଲେ ମିଳିବ ୫୦ ପ୍ରତିଶତ କ୍ୟାସବ୍ୟାକ୍ । ତେବେ ଏହି ଅଫର୍ ପାଇବାକୁ ହେଲେ ଗ୍ରାହକଙ୍କ ବିଏସଏନଏଲ୍ ଆପ୍ କିମ୍ବା ୱେବସାଇଟରେ ରିଚାର୍ଜ କରିବାକୁ ପଡିବ । ୨୫ ସେପ୍ଟେମ୍ବରରୁ ଏହି ଅଫର୍ ପୁରା ଦେଶରେ ଲାଗୁ ହେବ ।

bsnl-jioବିଏସଏନଏଲର ‘ବିଜୟ ଦଶହରା’ ଅଫର୍ ଅନୁଯାୟୀ, ୨୫ ସେପ୍ଟେମ୍ବରରୁ ୨୫ ଅକ୍ଟୋବର ମଧ୍ୟରେ ରିଚାର୍ଜ କଲେ ୫୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ତେବେ ଏହି କ୍ୟାସବ୍ୟାକ୍ କେବଳ ୪୨, ୪୪, ୬୫ ୬୯, ୮୮ ଏବଂ ୧୨୨ ଟଙ୍କାର ରିଚାର୍ଜ ଉପରେ ଉପଲବ୍ଧ ଅଛି । ଏହା ବ୍ୟତୀତ ୨୫ ୨୫ ସେପ୍ଟେମ୍ବରରୁ ୨ ଅକ୍ଟୋବର ମଧ୍ୟରେ ୩୦ଟଙ୍କା ରିଚାର୍ଜ କଲେ ଫୁଲ୍ ଟକଟାଇମ୍ ଦେବ କମ୍ପାନୀ । ତେବେ ଜଣେ ଗ୍ରାହକ କେତେ ଥର ଏହି ପ୍ୟାକ୍ ରିଚାର୍ଜ କରି ଲାଭ ଉଠାଇପାରିବ ସେନେଇ କମ୍ପାନୀ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନି ।

ଏହା ପୂର୍ବରୁ ଜିଓକୁ ଟକ୍କର ଦେବାକୁ ନିଜ ଗ୍ରାହକଙ୍କ ପାଇଁ ଦୁଇଟି ମନଲୋଭା ଅଫର୍ ଆଣିଛି ବିଏସଏନଏଲ୍ । କମ୍ପାନୀ ନିଜ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ୨୪୯ ଏବଂ ୪୨୯ ଟଙ୍କାର ଅଫର୍ ଜାରି କରିଛି । ୨୪୯ ଟଙ୍କାର ରିଚାର୍ଜ କଲେ ପ୍ରତିଦିନ ୧ ଜିବି (୨ଜି /୩ଜି)ଡାଟା ସହ ବିଏସଏନଏଲରୁ ବିଏସଏନଏଲ୍ ମିଳିବ ଅସୀମିତ କଲ୍ ସୁବିଧା । ଯାହାର ବୈଧତା ୨୮ ଦିନ । ଗ୍ରାହକ ଏହି ଅଫରର ଲାଭ କେବଳ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଉଠାଇପାରିବେ ।

vodafonelaunchesdevicesecuritysolution-26-1503726433ଭୋଡାଫୋନ୍ ନିଜ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଏକ ଆଣିଛି ଦମଦାର୍ ଅଫର । ଅଫର ଅନୁଯାୟୀ, ଲାଭା ଫିଚର୍ ଫୋନ୍ କିଣିଲେ ୯୦୦ଟଙ୍କାର ମାଗଣା ଟକଟାଇମ୍ ଦେଉଛି ଭୋଡାଫୋନ୍ । ହେଲେ ଏହି ଅଫର୍ କେବଳ ପ୍ରିପେଡ୍ ଉପଭୋକ୍ତାଙ୍କ ପାଇଁ । ଏହି ଅଫରର ଫାଇଦା ଉଭୟ ନୂଆ ଏବଂ ପୁରୁଣା ଭୋଡାଫୋନ୍ ଗ୍ରାହକ ଉଠାଇପାରିବେ । ଯଦି ଆପଣଙ୍କର ପୂର୍ବରୁ ଲାଭା ଫୋନ୍ ଅଛି ତେବେ ନୂଆ ଭୋଡାଫୋନ୍ ସିମ୍ କିଣି ଅଫରର ଲାଭ ଉଠାଇପାରିବେ । ସେହିପରି ଯଦି ଆପଣ ଭୋଡାଫୋନର ପୁରୁଣା ଗ୍ରାହକ ଏବଂ ଆପଣଙ୍କ ପାଖରେ ଭୋଡାଫୋନ୍ ସିମ୍ ଅଛି ତେବେ ଲାଭା ଫୋନ୍ କିଣି ଏହି ଅଫର ପାଇପାରିବେ । ତେବେ ଏହି ଅଫର୍ କେବଳ ୩୧ ଅକ୍ଟୋବର ପର୍ଯ୍ୟନ୍ତ ରହିଛି ।

itelତେବେ ଏହି ଅଫର୍ ପାଇବା ପାଇଁ ହେଲେ ଗ୍ରାହକଙ୍କୁ ପ୍ରତି ମାସରେ ୧୦୦ ଟଙ୍କା କିମ୍ବା ତାଠାରୁ ଅଧିକ ରିଚାର୍ଜ କରିବାକୁ ପଡିବ । ଏହି ରିଚାର୍ଜ ପରେ ଭୋଡାଫୋନ୍ ତରଫରୁ ଅତିରିକ୍ତ ୫୦ଟଙ୍କା ଟକଟାଇମ୍ ମିଳିବ । ଏହିପରି ୧୮ ମାସ ପର୍ଯ୍ୟନ୍ତ ପ୍ରତିମାସରେ ୧୦୦ଟଙ୍କା ରିଚାର୍ଜ କରି ୫୦ ହିସାବରେ ୯୦୦ଟଙ୍କା କ୍ୟାସବ୍ୟାକ୍ ପାଇପାରିବେ ଗ୍ରାହକ । ତେବେ ପୂର୍ବରୁ କମ୍ପାନୀ ଏହି ଅଫର୍ ଆଇଟେଲ୍ ଫୋନ୍ ଉପରେ ଦେଇଥିଲା । ପ୍ରାୟ ୮୦୦ଟଙ୍କାରୁ ଆରମ୍ଭ ହୋଇଥାଏ ଆଇଟେଲ୍ ମୋବାଇଲ୍ ଦାମ୍ । ଏବେ ଏହି ୮୦୦ଟଙ୍କାର ଆଇଟେଲ୍ ମୋବାଇଲ୍ କିଣିଲେ ଭୋଡାଫୋନ୍ ତରଫରୁ ଗ୍ରାହକଙ୍କୁ ମିଳିବ ୯୦୦ଟଙ୍କା କ୍ୟାସବ୍ୟାକ୍ । ତେବେ ଏହି କ୍ୟାସବ୍ୟାକ୍ ଉପରୋକ୍ତ ଟକଟାଇମ୍ ଜରିଆରେ ମିଳିବ ।

ଯଦି ଆପଣ ଭୋଡାଫୋନର ପ୍ରିପେଡ୍ ଗ୍ରାହକ ତେବେ ଆପଣ ମଧ୍ୟ ଏହି ଅଫରର ଲାଭ ଉଠାଇ ପାରିବେ । ତେବେ ଲାଭାର କିଛି ବଛା ବଛା ଫୋନ୍ କିଣିଲେ ଏହି ଅଫର ପାଇପାରିବେ । ଏବେ ନଜର ପକାନ୍ତୁ କେଉଁ ମଡେଲ୍ କିଣିଲେ ଏହି ଲାଭ ଆପଣ ଉଠାଇପାରିବେ । ଏଆରସି ୧୦୧, ଏଆରସି ୧୦୫, ଏଆରସି ୱାନ୍ ପ୍ଲସ୍, କେକେଟି ୯ଏସ୍, କେକେଟି ପର୍ଲ, କେକେଟି ୩୪ ପାୱାର୍, କେକେଟି ୪୦ ପାୱାର୍ ପ୍ଲସ୍, କ୍ୟାପଟେନ୍ କେ୧, ଏବଂ କ୍ୟାପଟେନ୍ ଏନ୧ ।