ନେତା ବାଛିବେ ଛାତ୍ରଛାତ୍ରୀ ! ୩୭୫ଟି କଲେଜରେ ଭୋଟିଂ ଶେଷ, ସଂଧ୍ୟା ସୁଦ୍ଧା ଫଳାଫଳ

14

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସକାଳ ୮ଟାରୁ ଦିନ ୨ଟା ଯାଏଁ ଭୋଟଗ୍ରହଣ ହୋଇଥିଲା । ଚଳିତବର୍ଷ ୩୭୫ଟି କଲେଜରେ ନିର୍ବାଚନ ହୋଇଛି । ଛାତ୍ର ସଂସଦ ନିର୍ବାଚନ college election -1ପାଇଁ କଲେଜ ଗୁଡିକରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଏହାରି ଭିତରେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଉତେଜନା ଦେଖାଦେଇଛି । ମତଦାନରେ ଅନିୟମିତତା ଅଭିଯୋଗରେ କଲେଜ ଗେଟରେ ତାଲା ପକାଇଦେଇଛନ୍ତି ଛାତ୍ର । ମତଦାନ ବେଳେ ଅଣଛାତ୍ର ପ୍ରବେଶକୁ ନେଇ କଲେଜ ପରିସରରେ ଉତେଜନା ଦେଖାଦେଇଛି । ଏବେ ସୁଦ୍ଧା ମିଳିଥିବା ଖବର ଅନୁସାରେ ବର୍ତମାନ ପାଇଁ ଭୋଟ ଗଣତି ବନ୍ଦ ରହିଛି ।

୨ଟାରେ ମତଦାନ ଶେଷ ହୋଇଥିବା ବେଳେ ଭୋଟ ଗଣତି ଜାରି ରହିଛି । ଭୋଟ ଗଣତି ସରିବା ପରେ ସଂଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ତେବେ ବର୍ତମାନ ଭୋଟ ଗଣତି ଜାରି ରହିଥିବା ବେଳେ ରାଜଧାନୀର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ବିଜେବି କଲେଜରେ ନିର୍ବାଚନ ବାତିଲ ପରେ ଏବେ ନଜରରେ ରମାଦେବୀ ମହିଳା ବିଶ୍ୱବଦ୍ୟାଳୟ । ରମାଦେବୀରେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଦେଇଥିବା ବେଳେ ସମର୍ଥୀତ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ଜୋରଦାର କସରତ କରିଛନ୍ତି ରାଜନୈତିକ ଦଳ ।

ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଟଙ୍କା ବଂଟା ଯାଇଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଲାଇବ୍ରେରୀ କାର୍ଡରେ ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଟଂକା ଦିଆଯାଇଥିବା ଅଭିଯୋଗ ହୋଇଛି । ନିର୍ଦ୍ଧଷ୍ଟ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ତାଙ୍କ ସମର୍ଥକମାନେ ଛାତ୍ରୀଙ୍କୁ ଟଂକା ଦିଆଯାଇଥିବା ଅଭିଯୋଗ ହୋଇଛି ।