ଦେହଜୀବୀ ବନାଇଲେ ପ୍ରେମିକ ! ବାହା ବେଦୀ ବଦଳରେ ପ୍ରେମିକାକୁ ପଠାଇଲେ ବେଶ୍ୟାଳୟ

106

କନକ ବ୍ୟୁରୋ : ପ୍ରଥମେ ବନ୍ଧୁତ୍ୱର ହାତ, ପରେ ପ୍ରେମ । ଆଉ ପ୍ରେମରୁ ବିବାହର ପ୍ରତିଶ୍ରୁତି । ପ୍ରେମ ଓ ଭଲ ପାଇବାର ଦ୍ୱାହିଦେଇ ଜଣେ ପ୍ରେମିକ, ପ୍ରେମିକାକୁ ଟାଣି ନେଇଗଲା ବେଶ୍ୟାବୃତିର ଅନ୍ଧାର ଦୁନିଆକୁ । ଆଉ ଦେହ ବଜାରରେ ନିଲାମ କରି ଦେଇଥିଲା ଯୁବତୀ ଜଣକୁ । ପାଖାପାଖି ମାସେ ପରେ ଚତୁରତାର ସହ ବେଶ୍ୟାଳୟରୁ ଖସି ପହଂଚି ଯାଇଥିଲେ ଭୁବନେଶ୍ୱରର ମହିଳା ଥାନାରେ ।

ଅଭିଯୋଗ ଅନୁସାରେ, ୨୦୧୫ରୁ ଘରୁ ପଦାକୁ ଗୋଡ କାଢିଥିବା ଏହି ଯୁବତୀ ପଡିଯାଇଥିଲେ ଅଭିଯୁକ୍ତ ଯୁବକର ପ୍ରେମରେ । ସୁଖର ସଂସାର ଗଢି ତୋଳିବାକୁ ସ୍ୱପ୍ନ ଦେଖିଥିଲେ । ବେଶ କିଛି ଦିନ ଭଲରେ କଟିବା ପରେ, ପଦାକୁ ଆସିଥିଲା ଦଲାଲ ପ୍ରେମିକର ରାକ୍ଷାସ ଚେହେରା । ଦଲାଲ ପ୍ରେମିକ ଯୁବତୀଙ୍କ ଦେହକୁ ନିଲାମ କରି ଦେଇଥିଲା ଦେହ ବଜାରରେ । ଆଉ ଗୋଟାଉ ଥିଲା ହଜାର ହଜାର ଟଙ୍କା ।

କେବଳ ଏହି ଜଣେ ଯୁବତୀଙ୍କୁ ନୁହେଁ ଏକାଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବେଶାବୃତିରେ ଲଗାଇଥିବା ନେଇ ଯୁବତୀ ପୁଲିସକୁ କହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ଏକ ଅମାନବିୟ ଘଟଣାପରେ ବି ଚୁପ ବସିଛି ମହିଳା ଥାନା ପୁଲିସ୍ ।