ବୌଦ୍ଧ : ଅନୁସୂଚିତ ଜନଜାତି ହୋଷ୍ଟେଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଆଦିବାସୀ କଲ୍ୟାଣ ମହାସଂଘ

33

କନକ ବ୍ୟୁରୋ : ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ରାସ୍ତାକୁ ଓହ୍ଲାଇଲେ ଆଦିବାସୀ । ଏହାସହ ଲୋକବାଦର ତାଳେ ତାଳେନୃତ୍ୟ କରି ସହର ପରିକ୍ରମା କରିଛନ୍ତି । ୮ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବୌଦ୍ଧ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ । ଶତାଧିକ ଆଦିବାସୀ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଲୋକବାଦ୍ୟର ତାଳେ ତାଳେ ନୃତ୍ୟ କରି ସହର ପରିକ୍ରମା କରିଥିଲେ ।

ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଜର ଦାବି ଉପସ୍ଥାପନ କରିଛନ୍ତି । ଜିଲ୍ଲାରେ ନିର୍ମାଣ ହୋଇଥିବା ଅନୁସୂଚିତ ଜନଜାତି ହୋଷ୍ଟେଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଜିଲ୍ଲାକୁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ସାମିଲ କରିବା ପାଇଁ ଆଦିବାସୀ ଦାବି କରିଛନ୍ତି । ଏହାସହ ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ତେବେ ତୁରନ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସଂଘ କହିଛି ।