କଳା ଚା’ ଶରୀର ପାଇଁ ଖୁବ୍ ଫଳପ୍ରଦ ! ଜାଣିରଖନ୍ତୁ ଏହାର ଉପକାରୀ ଗୁଣ

81

ସକାଳ ଆରମ୍ଭ ହେବା ମାତ୍ରେ ଆମେମାନେ ଆମ ବେଡ଼ ପାଖରେ ଚା’ କପେ ଖୋଜିଥାଉ । ଆଜିକା ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଚା’ ପିିଇବାକୁ ପସନ୍ଦ କରିଥାଆନ୍ତି । କିଛି କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଚା’ ନ ପିଇଲେ ସେମାନଙ୍କର ମୁଣ୍ଡ ବ୍ୟଥା ହୋଇଥାଏ । ଆଜିକାଲି ବ୍ୟସ୍ତ ବହୁଳତା ଜୀବନରେ ସମସ୍ତେ ସୁସ୍ଥ ରହିବାକୁ ଚାହିଁଥାଆନ୍ତି । ସେଥିପାଇଁ ନିଜ ସ୍ୱାସ୍ଥକୁ ନଜର ରଖି ଅଧିକାଂଶ ବ୍ୟକ୍ତି ସବୁଜ ଚା ଏବଂ କଳା ଚା ପିଇଥାଆନ୍ତି । ଆପଣମାନେ ଜାଣନ୍ତି କି ଯେପରି ସବୁଜ ଚା ଆମ ଶରୀରକୁ ସୁସ୍ଥ ରଖିଥାଏ ଠିକ୍ ସେହି ପରି କଳା ଚା ଆମ ଶରୀର ପାଇଁ ମଧ୍ୟ ଲାଭଦାୟକ ଅଟେ ବୋଲି ।

ଆସନ୍ତୁ ଜାଣିବା କଳା ଚା ର ଉପକାରୀତା ବିଷୟରେ
• ହୃଦୟ ସମସ୍ୟା-  କଳା ଚା ଆମ ଶରୀରର ରୋଗକୁ ଭଲ କରିଥାଏ । ପ୍ରତିଦିନ ଏକ କପ୍ କଳା ଚା ଆପଣଙ୍କ ହୃଦୟକୁ ପୁରାପୁରି ରୂପେ ସୁସ୍ଥ ରଖିଥାଏ । ଏଥିରେ ଥିବା ଫ୍ଲୋବେନାୟଡ୍ସ ଏଲଡ଼ୀଏଲ୍ କୋଲେଷ୍ଟଲ୍ କୁ ସମ୍ପୂର୍ଣ୍ଣ ରୂପେ କମ୍ କରିଥାଏ । ଏବଂ ରକ୍ତ ଜମୁଥିବା ପ୍ରକିୟାକୁ ମଧ୍ୟ ନଷ୍ଟ କରିଥାଏ ।

• କର୍କଟ ରୋଗ- କର୍କଟ ରୋଗ ପାଇଁ କଳା ଚା ଅତ୍ୟଧିକ ଲାଭଦାୟକ ଅଟେ, କାରଣ କଳା ଚା ଶରୀରରେ ଥିବା କ୍ୟାନସର କଣିକାକୁ ପୁରାପୁରି ନଷ୍ଟ କରିଥାଏ ।

• ମସ୍ତିସ୍କ ପାଇଁ ଆବଶ୍ୟକ – କଳା ଚା ଟେନସନ ଦୂର କରିଥାଏ । ଏବଂ ମସ୍ତିସ୍କକୁ ସତେଜ ରଖିଥାଏ । ସ୍ମରଣଶକ୍ତି ବଢ଼ାଇବାରେ ମଧ୍ୟ କଳା ଚା ସାହାଯ୍ୟ କରିଥାଏ ।

• ପାଚନ ପ୍ରକ୍ରିୟା- କଳା ଚା ରେ ଥିବା ଟୋନିନ ପାଚନ ପ୍ରକିୟା ପାଇଁ ଅଧିକ ଫାଇଦା ଯୋଗାଉ ଥାଏ । ଏହା ଗ୍ୟାସ, ମଳକଣ୍ଟ , କୋଷ୍ଠକାଠିନ ସମସ୍ୟା ଦୁର କରିଥାଏ ।

• ଏନର୍ଜୀ ବୁଷ୍ଟର- କଳା ଚା ପିଇବା ଦ୍ୱାରା ଶରୀର ଆକ୍ଟିବ୍ ରଖିଥାଏ ଏବଂ ମସ୍ତିସ୍କ କାମ ଠିକ୍ ରୂପେ କରିଥାଏ । କଳା ଚା ଶରୀରରୁ କ୍ଲାନ୍ତ ଦୂର କରିଥାଏ ।

• ମେଦବହୁଳତା- କଳା ଚା ଶରୀରରେ କୋଲେଷ୍ଟଲ କମ୍ କରିଥାଏ । ଏବଂ ଶରୀରର ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।