କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଦେଇଥିବା ନକରାତ୍ମକ ମନ୍ତବ୍ୟକୁ ବିରୋଧ! ଆସନ୍ତା ୧୯ରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

28

କନକ ବ୍ୟୁରୋ : ଆସନ୍ତା ଜୁନ୍ ୧୯ ତାରିଖରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ବିକ୍ଷୋଭ କରାଯିବ । ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ର ଆଭିମୁଖ୍ୟକୁ ନିନ୍ଦା କରାଯାଇଛି । ଏଥିସହ କେନ୍ଦ୍ରମନ୍ତ୍ରୀ ବିଜୟ କୁମାର ସିଂହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ଦେଇଥିବା ନକରାତ୍ମକ ମନ୍ତବ୍ୟକୁ ବିରୋଧ କରାଯାଇଛି ।

ତେବେ ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ରାଜ୍ୟପାଳଙ୍କୁ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମହାନଦୀ ପାଣି ଶିଳ୍ପପତିଙ୍କୁ ଦେଇଥିବା କଥାକୁ ବି ବିରୋଧ କରାଯାଇଛି । ଏନେଇ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଆଗରେ ଜୁନ୍ ୧୯ ତାରିଖରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ବିକ୍ଷୋଭ କରାଯିବ ।