ଏଣିକି ଚାଷରେ କ୍ଷତି ହେଲେ ଭାଗ ଚାଷୀ ପାଇବେ କ୍ଷତିପୂରଣ

231

କନକ ବ୍ୟୁରୋ : ଆଜି ଭାଗଚାଷ ଆଇନ୍ ନେଇ ମନ୍ତ୍ରୀସ୍ତରୀୟ ବୈଠକ ହୋଇଛି । ବୈଠକ ପରେ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସୂଚନା ଦେଇଛନ୍ତି ଯେ, ଏଣିକି ଚାଷରେ କ୍ଷତି ହେଲେ ଭାଗ ଚାଷୀ ପାଇବେ କ୍ଷତିପୂରଣ । ବୀମା, ଇନପୁଟ ସବସିଡି ଓ ରିଲିଫ୍ ମଧ୍ୟ ପାଇବେ ଭାଗଚାଷୀ । ଏହାସହ ଭାଗଚାଷୀ ଓ ମାଲିକଙ୍କ ମଧ୍ୟରେ ଏକ ଚୁକ୍ତିନାମା ହେବ । ଆରଆଇଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ହେବ । ମନ୍ତ୍ରୀସ୍ତରୀୟ ନିଷ୍ପତି ପରେ ଏହାକୁ କ୍ୟାବିନେଟ୍ ମଂଜୁରି ପାଇଁ ପଠାଯିବ । ତେବେ ମୌସୁମୀ ଅଧିବେଶନରେ ଏହି ବିଲ ପାସ ନେଇ ଲକ୍ଷ୍ୟ ରଖାଯାଇଛି ।