କଙ୍ଗାରୁ ଦଳକୁ ଘାଇଲା କଲେ କୃର୍ଣ୍ଣାଲ୍ ! ଭାରତ ଆଗରେ ୧୬୫ ରନର ଟାର୍ଗେଟ୍ ।
କନକ ବ୍ୟୁରୋ : ଅନ୍ତିମ ତଥା ତୃତୀୟ ଟି-ଟ୍ୱେଣ୍ଟିରେ ଭାରତ ପାଇଁ ୧୬୫ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଘରୋଇ ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆର ସିଡନୀଠାରେ ଅନୁଷ୍ଠିତ ହେଉଥିବା ଏହି ରୋମାଞ୍ଚକର ମ୍ୟାଚରେ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି । ଖାସ କରି କୃଣାଲ ପାଣ୍ଡ୍ୟାଙ୍କ ଶାଣିତ ବୋଲିଂ କଙ୍ଗାରୁ ଦଳକୁ ଅଡୁଆରେ ପକାଇଥିଲା । କୃଣାଲ ମୂଲ୍ୟବାନ ୪ଟି ୱିକେଟ ଅକ୍ତିଆର କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ରୋମାଞ୍ଚକର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ।ବ୍ରିସବନରେ ହାରିବା ପରେ ମେଲବର୍ନ ମ୍ୟାଚ୍ ବର୍ଷା ଧୋଇନେବା ଭ୍ରମଣକାରୀ ଭାରତୀୟ ଦଳ ପାଇଁ ସଂକଟ ବଢ଼ାଇଦେଇଛି । ଫଳରେ ରବିବାର ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ପାଲଟିଯାଇଛି । ସିଡନିରେ ଏହି ମ୍ୟାଚ୍ ହାରିଗଲେ ଭାରତ କ୍ରମାଗତ ସପ୍ତମ ଶୃଙ୍ଖଳା ଜିତିବା ପରେ ପ୍ରଥମ ପରାଜୟ ବରଣ କରିବ । ଶୁକ୍ରବାର ମ୍ୟାଚ୍ ବର୍ଷା ବିଗାଡ଼ି ଦେଇଥିବାରୁ ଭାରତ ପାଇଁ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତିବାର ଆଶା ମଉଳିଯାଇଛି ।
ତୃତୀୟ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳର ଦୁଇ ଓପନର ଅଧିନାୟକ ଆରନ ଫିଞ୍ଚ୍ ଓ ଆର୍ସି ସର୍ଟ ସତର୍କତା ସହ ଇନିଂସ ଆରମ୍ଭ କରିଥିଲେ । ମାତ୍ର ଦଳର ସ୍କୋର ୬୮ରନ ହୋଇଥିବା ବେଳେ ଫିଞ୍ଚ୍ କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ଏହାର ଅଳ୍ପ କିଛି ସମୟ ପରେ ଅର୍ଥାତ ଦଳୀୟ ସ୍କୋର ୭୩ରେ ଅଷ୍ଟ୍ରେଲିଆ ଲଗାତାର ଭାବେ ସର୍ଟ ଓ ମାକଡରମଟଙ୍କ ଓ୍ଵିକେଟ ହରାଇଥିଲା । ଦଳର ପରବର୍ତ୍ତି ବ୍ୟାଟ୍ସମ୍ୟାନମାନେ ମଧ୍ୟ ବିଶେଷ ଯୋଗଦାନ ଦେଇପାରିନଥିଲେ । ତେବେ ଆଲେକ୍ସ କ୍ୟାରୀ ଓ ମାର୍କସ ଷ୍ଟଇନିସ ଯଥାକ୍ରମେ ୨୭ ଓ ୨୫ ରନ କରିବାରୁ ଦଳର ସ୍କୋର ସମ୍ମାନଜନକ ୬ ଓ୍ଵିକେଟରେ ୧୬୪ ରନରେ ପହଞ୍ଚିଥିଲା । ଭାରତ ପକ୍ଷରୁ କୁନାଲ ପାଣ୍ଡ୍ୟା ୩୬ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ ।