ଏସିଆର ଶ୍ରେଷ୍ଠ ଧନୀ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ମୁକେଶ ଅମ୍ବାନୀ । ବିଶ୍ୱ ତାଲିକାରେ ୧୪ ତମ ସ୍ଥାନରେ ରଖିଛି ଫୋବର୍ସ

42

କନକ ବ୍ୟୁରୋ : ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ କେବଳ ଭାରତ ନୁହେଁ ଏସିଆର ସବୁଠାରୁ ଧନୀ ବ୍ୟକ୍ତି । ଫୋର୍ବସ ତାଲିକାରେ ଏହା ଘୋଷଣା କରାଯାଇଛି । ୪୨.୧ ବିଲିଅନ ଡଲାରର ମାଲିକ ଥିବା ଅମ୍ବାନୀ ଚୀନର ହୁଇ-କା ୟାନଙ୍କୁ ପଛରରେ ପକାଇଛନ୍ତି ମୁକେଶ । ବିଶ୍ୱ ଧନି ତାଲିକାରେ ତାଙ୍କର ସ୍ଥାନ ୧୪ତମ ସ୍ଥାନରେ ରହିଥିବା ଜଣାପଡିଛି ।
ଫୋବର୍ସର ତଥ୍ୟ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ୯୫୨ ଟଙ୍କା ୩୦ ପଇସାରେ ପହଞ୍ଚିଯିବା ପରେ ମୁକେଶଙ୍କ ସମ୍ପତ୍ତି ପରିମାଣ ୪୬୬ ନିୟୁତ ଡଲାର ବଢ଼ିଯାଇଥିଲା। ଏଭରଗ୍ରାଣ୍ଡ ଗ୍ରୁପର ମୁଖ୍ୟ ୟାନଙ୍କ ସମ୍ପତ୍ତି ପରିମାଣ ୪୦.୬ ବିଲିଅନ ଡଲାରକୁ ଖସି ଆସିଛି। ସମଗ୍ର ବିଶ୍ୱରେ ମୁକେଶ ହେଉଛି ୧୪ତମ ଶ୍ରେଷ୍ଠ ଧନୀ।