କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ ପରେ ଜେଟଲୀ କହିଲେ, ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ  ଏକଘରିକିଆ କରିବୁ

278

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ଆକ୍ରମଣ ପରେ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ ଶେଷ ହୋଇଛି । ସରକାର କଡା ଆଭିମୁଖ୍ୟ ରଖିଥିବା ବୈଠକରେ ପରେ ଜେଟଲୀ କହିଛନ୍ତି, ଯେଉଁ ଯବାନ ମାନେ ସହିଦ ହୋଇଛନ୍ତି ସେମାନଙ୍କୁ ନେଇ ଦେଶ ଗର୍ବ କରୁଛି । ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବୁ । ବୈଠକରେ ହୋଇଥିବା ସମସ୍ତ ନିଷ୍ପତି ଗଣମାଧ୍ୟମରେ ସବୁ କଥା କହିହେବନି ବୋଲି ଜେଟଲୀ କହିଛନ୍ତି । ଏହା ସହ ଭାରତ ସରକାର ପାକିସ୍ତାନକୁ ସର୍ବାଧିକ ଅନଗୃହୀତ ରାଷ୍ଟ୍ର ବୋଲି ଦେଇଥିବା ମାନ୍ୟତା ଅନୁଗୃହିତ କରିନେଇଥିବା ଜେଟଲୀ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତକାଲି ସର୍ବଦଳୀୟ ବୈଠକ ଡକାଯାଇ ପୁଲୱାମା ଆକ୍ରମଣ ଉପରେ ଆଲୋଚନା କରାଯିବ କହିଛନ୍ତି ଜେଟଲୀ । ପ୍ରାୟ ଘଂଟାଏ ଧରି ଚାଲିଥିବା ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ତିନି ସେନାମୁଖ୍ୟ, ସିଆରପିଏଫ୍ ଡିଜିଙ୍କ ସହ ଆଲୋଚନା କରାଯାଇଥିଲା ।