ଥାନା ହେଲା କଂସେଇଖାନା ! ପରମ୍ପରା ନାଁରେ ପଶୁକୁ ମାରିଲା ପୁଲିସ୍

77

ସୁନ୍ଦରଗଡ : ମାନସିକ ପୂରଣ ପାଇଁ ପଶୁବଳି । ବଲାଙ୍ଗିରର ଶୁଲିଆ ପୀଠ ହେଉ କି ଭବାନୀପାଟଣାର ମାଣିକେଶ୍ୱରୀ । ଦୁର୍ଗା ପୂଜା ସମୟରେ ଦେବୀ ମାଟି ହୁଏ ରକ୍ତରଞ୍ଜିତ । ପ୍ରଥା ପରମ୍ପରାର ଦ୍ୱାହି ଦେଇ ମନ୍ତ୍ରପାଠର କୋଳାହଳ ଭିତରେ ଶହଶହ ସଂଖ୍ୟାରେ ପଶୁଙ୍କୁ ହତ୍ୟା କରାଯାଏ । ବର୍ଷ ବର୍ଷ ଧରି ପାଳନ ହେଉଥିବା ଏ ପରମ୍ପରା ବିରୋଧରେ ଏବେ ସବୁଠି ସ୍ୱର । ପ୍ରଥାକୁ ବନ୍ଦ କରିବାକୁ କୋର୍ଟ ମଧ୍ୟ ରାୟ ଦେଇଛନ୍ତି ।

ବିଶ୍ୱାସର କଥା କହି କେଉଁଠି କୋର୍ଟଙ୍କ ଆଦେଶକୁ ଅବମାନନା କରି ବଳି ପ୍ରଥା ଚାଲିଛି , ତ ପୁଣି କେଊଁଠି ପ୍ରଥା ରହି ଯାଇଛି ପରମ୍ପରାର ପୃଷ୍ଠାରେ । ତେବେ କିଛି ସ୍ଥାନରେ ବଳି ପ୍ରଥାକୁ ବନ୍ଦ କରିବାକୁ ଆଗେଇ ଆସିଛି ପ୍ରଶାସନ । ଆଉ ବଳି ସପକ୍ଷରେ ଥିବା ଲୋକଙ୍କୁ ନାଲି ଆଖି ଦେଖାଇବାକୁ ମୁତୟନ ହୋଇଛି ପୁଲିସ୍ ଫୋର୍ସ ।

ହେଲେ ଏମିତି ଏକ ସ୍ଥାନ ଅଛି ଯେଉଁଠି ପୁଲିସ୍ ଦେଉଛି ବଳି । ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା । ପ୍ରତିବର୍ଷ ପୂଜା ଆସିଲେ , ଥାନା ଭିତରେ ଥିବା ଗଛମୂଳରେ ଦିଆ ଯାଏ ପଶୁବଳି । କାରଣ ଥାନା ଭିତରେ ଅଛି ଠାକୁରାଣୀ ମନ୍ଦିର । ପ୍ରତି ବର୍ଷ ଚାଲେ ମା’ଙ୍କ ପୂଜାର୍ଚ୍ଚନା । ଆଉ ତାପରେ ବଳି ପଡେ ନିରୀହ ପଶୁ ।

କେଉଁଠି ଦାୟିତ୍ୱ ନାଁରେ ପୁଲିସ୍ ପରମ୍ପରା ବିରୋଧୀ ହେଉଛି ତ କେଉଁଠି ପରମ୍ପରା ନାଁରେ ନିରୀହ ପଶୁଙ୍କୁ ହତ୍ୟା କରୁଛି ପୁଲିସ୍ । ତେବେ ଥାନା ପରିସରରେ ଏହି ପଶୁବଳିକୁ ଦେଇ ସାରା ଅଂଚଳରେ ଏବେ ଚର୍ଚ୍ଚା ।