ଶୁଟର ମନେ ପକାଇଦେଲେ ୨ କୋଟି ଟଙ୍କାର ପୁରସ୍କାର ଦେବା ବିଷୟ, ରାଗିଗଲେ ହରିୟାଣା ମନ୍ତ୍ରୀ । ଟ୍ୱିଟରରେ ଦେଲେ ଏଭଳି ଜବାବ

193

ଯୁବ ଶୁଟର ମନୁ ଭାକରଙ୍କ ଟ୍ୱିଟରେ ହରିୟାଣା ସରକାରଙ୍କ ମନ୍ତ୍ରୀ ଅନିଲ ବିଜ୍ ରାଗିଗଲେ । ଗୋଲ୍ଡେନ ଗାର୍ଲ ମନୁ ଭାକର ଏକ ଟ୍ୱିଟ ଜରିଆରେ ହରିୟାଣା ସରକାରଙ୍କ ଉପରକୁ ଏକ ପ୍ରଶ୍ନ କରିଛନ୍ତି । ସେ ସରକାରକୁ ପଚାରିଛନ୍ତି କି, ପୁରସ୍କାର ଦେବା ପାଇଁ ଯେଉଁ ସଂକଳ୍ପ କରିଥିଲେ କ’ଣ ତାହା ତାଙ୍କୁ ମିଳିବ ନା କେବଳ ଏକ ବାକ୍ୟ ?

ମନ୍ତ୍ରୀ ଅନିଲ ବିଜ୍ ମନୁ ଭାକରଙ୍କ ଟ୍ୱିଟ୍ ର ଜବାବ ଦେଇ ସାଙ୍ଗେ ସାଙ୍ଗେ ଟ୍ୱିଟ୍ କଲେ । ସେ ମନୁ ଭାକରଙ୍କୁ ଅନୁଶାସନରେ ରହିବାକୁ କହିଲେ । ସେ ଟ୍ୱିଟରରେ ଲେଖିଲେ, “ଜନତାଙ୍କ ଭିତରକୁ ଯିବା ପୂର୍ବରୁ ମନୁ ଭାକରଙ୍କୁ ଖେଳ ବିଭାଗ ଠାରୁ କନଫର୍ମ କରନ୍ତୁ । ଦେଶରେ ସର୍ବୋଚ୍ଚ ପୁରସ୍କାର ଦେଉଥିବା ରାଜ୍ୟ ସରକାରଙ୍କ ନିନ୍ଦା କରିବା ଉଚିତ୍ ନୁହେଁ । ଯେମିତି କି ମୁଁ ଟ୍ୱିଟ କରିଥିଲି କି ମନୁ ଭାକରଙ୍କୁ ୨ କୋଟି ଟଙ୍କା ନିଶ୍ଚୟ ଦିଆଯିବ ।”

ମନ୍ତ୍ରୀ ବିଜ୍ ଙ୍କୁ ଟ୍ୱିଟରରେ ଅଲମ୍ପିକ୍ ଆସୋସିଏସନ୍ କଡା ଆପତ୍ତି କରିଛି । ଆସୋସିଏସନ୍ ଅଧ୍ୟକ୍ଷ ନରିନ୍ଦର ଧ୍ରୁବ ବତ୍ରା କହିଛନ୍ତି କି, ଅନିଲ ବିଜଙ୍କୁ ଖେଳାଳୀଙ୍କୁ ଡରାଇବା ପରିବର୍ତ୍ତେ ନିଜ ସଂକଳ୍ପ ପୁରା କରିବା ଦିଗରେ କାମ କରିବା ଉଚିତ୍ ।

ଆଉ ଏକ ଟ୍ୱିଟ କରି ମନ୍ତ୍ରୀ ଅନିଲ ବିଜ୍ କହିଲେ କି. ଭାକରଙ୍କୁ ଏମିତି ବିବାଦ ସୃଷ୍ଟି କରିବା ପାଇଁ ଦୁଃଖିତ ହେବା ଉଚିତ୍ । ସେ ଲେଖିଲେ, “ଖେଳାଳୀ ମାନଙ୍କ ମଧ୍ୟରେ ଅନୁଶାସନ ରହିବା ଉଚିତ୍ । ଭାକରଙ୍କ ଏମିତି ଭାକରଙ୍କୁ ଏମିତି ବିବାଦ ସୃଷ୍ଟି କରିବା ପାଇଁ ଦୁଃଖିତ ହେବା ଉଚିତ୍ । ତାଙ୍କୁ ଖେଳରେ ଫୋକସ୍ କରିବା ଉଚିତ୍ ।”

ସୂଚନାଯୋଗ୍ୟ, ୧୬ ବର୍ଷର ଶୁଟର ମନୁ ଭାକର ଗତ ବର୍ଷ ଅକ୍ଟୋବରରେ ଯୁବ ଅଲମ୍ପିକରେ ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲରେ ଗୋଲ୍ଡ ମେଡାଲ ଜିତିଥିଲା । ସେହି ସମୟରେ ହରିୟାଣା ସରକାରର ମନ୍ତ୍ରୀ ଅନିଲ ବିଜ୍ ତାଙ୍କୁ ଅଭିନନ୍ଦନ ଦେବା ସହ ୨କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଥିଲେ ।