କାଲିଠୁ ପାର୍ଲାମେଂଟର ମୌସୁମୀ ଅଧିବେଶନ : ସୁରୁଖୁରୁରେ ଗୃହ ଚଳାଇବା ପାଇଁ ବସିଲା ସର୍ବଦଳୀୟ ବୈଠକ,ସହଯୋଗ ଲୋଡିଲେ ଲୋକସଭା ବାଚସ୍ପତି

38

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ପାର୍ଲାମେଂଟର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିଛି । ସଂସଦଙ୍କୁ ଚଳାଇବା ଲାଗି ପ୍ରଧାନମନ୍ତ୍ୀ ସବୁ ଦଳର ସହାୟତା ଲୋଡିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସବୁ ଦଳର ପ୍ରତିନିଧି ଉପସ୍ଥିତି ଅଛନ୍ତିା ମୌସୁମୀ ଅଧିବେଶନ ଅଗଷ୍ଟ ୧୦ ତାରିଖ ଯାଏଁ ଚାଲିବ ।

ବିଭିନ୍ନ ପ୍ରସଙ୍ଗକୁ ନେଇ ପାର୍ଲାମେଂଟର ବଜେଟ ଅଧିବେଶନ ଚାଲିପାରିନଥିଲା । ପାର୍ଲାମେଂଟର ଅନୁମୋଦନ ପାଇଁ ବିଭିନ୍ନ ବିଲ ଏବେ ଅପେକ୍ଷାରେ ରହିଛି । ତେଣୁ ସରକାର ଏହି ଅଧିବେଶନକୁ ଚଳାଇବାକୁ ଚାହୁଁଥିବା ଜଣାପଡିଛି । ଗତକାଲି କଂଗ୍ରେସର ବୈଠକ ବସି ବିଭିନ୍ନ ରଣନୀତି ଉପରେ ଆଲୋଚନା କରାଯାଇଥିଲା । କଂଗ୍ରେସ ମଧ୍ୟ କହିଛି ଯେ, ପାର୍ଲାମେଂଟ ସୁରୁଖୁରରେ ଚାଲିବା ପାଇଁ ଦଳ ଚାହୁଁଛି । ଏହି ଅଧିବେଶନରେ କୃଷି ଓ ଏମଏସପି, ଦଳିତଙ୍କ ଉପରେ ଆକ୍ରମଣ, ବେକାରୀ ସମସ୍ୟା ଉଠିବା ସମ୍ଭାବନା ରହିଛି ।