ଟ୍ରେନରେ ଶୋଇପଡ଼ିଲେ . . . ଆଉ ଚିନ୍ତା ନାହିଁ ! ଆପଣଙ୍କ ଷ୍ଟେସନ ଆସିବା ପୂର୍ବରୁ ଉଠାଇଦେବ ଭାରତୀୟ ରେଳବାଇ

40

ରେଳଯାତ୍ରା ସମୟରେ ଅନେକ ଲୋକ ଅଚିନ୍ତାରେ ଶୋଇ ପାରନ୍ତି ନାହିଁ । ଏହାର ମୁଖ୍ୟ କାରଣ ହେଲା ଟ୍ରେନ ଗନ୍ତବ୍ୟସ୍ଥଳ ଛାଡ଼ି ଆଗକୁ ଚାଲିଯିବ ବୋଲି ଚିନ୍ତା କରନ୍ତି ଯାତ୍ରୀ । ଆପଣଙ୍କ ସହ ମଧ୍ୟ କେବେ ନା କେବେ ଏପରି ଘଟଣା ନିଶ୍ଚୟ ଘଟିଥିବ । ତେବେ ଆଗକୁ ଏପରି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଯାତ୍ରୀ । ରେଳବାଇ ଏହାର ଏକ ସ୍ୱାଗତଯୋଗ୍ୟ ଉପାୟ ବାହାର କରିଛି । ଯଦ୍ୱାରା ଶାନ୍ତିରେ ଶୋଇପାରିବେ ରେଳଯାତ୍ରୀ ।

ରେଳବାଇ ଆରମ୍ଭ କରିଛି ବ୍ୟାକଅପ୍ ଆଲାର୍ମ ପ୍ରକ୍ରିିୟା । ଏହି ପ୍ରକ୍ରିୟା ଅନୁସାରେ ଯାତ୍ରୀ ନିଜ ଅନୁସାରେ ଆଲାର୍ମ ସେଟ୍ କରିପାରିବେ । ଯାତ୍ରୀ ଗନ୍ତବ୍ୟ ଷ୍ଟେସନ ଆସିବାର ଅଧାଘଂଟା ପୂର୍ବରୁ ମୋବାଇଲ ବାଜି ଉଠିବ ଓ ଯାତ୍ରୀ ଆରାମରେ ଓହ୍ଲାଇ ଯିବେ । ଯାତ୍ରୀ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବେ ନାହିଁ । ଏହାକୁ ଡେଷ୍ଟିନେସନ ଆଲର୍ଟ ସିଷ୍ଟମ ମଧ୍ୟ କୁହାଯାଉଛି । ଆଇଆରସିଟିସି ଏହି ସିଷ୍ଟମକୁ ସଂଚାଳନ କରିବେ । ବ୍ୟାକଅପ୍ ଆଲାର୍ମ ସିଷ୍ଟମକୁ ୩ ପ୍ରକାର ସେଟ୍ କରାଯାଇପାରିବ ।

କିପରି ସେଟ୍ କରିବେ ଆଲାର୍ମ ?

୧- ଏହି ସୁବିଧା ଉଠାଇବା ପାଇଁ ଯାତ୍ରୀଙ୍କୁ ୧୩୯ ନମ୍ବର କଲ କରି ଡେଷ୍ଟିନେସନ୍ ଆଲର୍ଟ ବିକଳ୍ପ ଚୟନ କରିବା ପାଇଁ ପଡ଼ିବ । ଏହାପରେ ପିଏନଆର ନମ୍ବର ବିକଳ୍ପ ଆସିବ । ପିଏନଆର ନମ୍ବରର ଭେରିଫିକେସନ୍ ସିଷ୍ଟମ ଆପେ ଆପେ ଡେଷ୍ଟିନେସନ୍ ଆଲାର୍ମ ସେଟ୍ କରିଦେବ । ଯେଉଁ ମୋବାଇଲ ନମ୍ବର ପଞ୍ଜିକୃତ କରିଛନ୍ତି, ସେଇଠି ହିଁ ଏହି ଆଲାର୍ମ ବାଜିବ ଓ ଯାତ୍ରୀଙ୍କୁ ସୂଚିତ କରାଇଦେବ ।

୨- ୧୩୯ ନମ୍ବରକୁ କଲ ଓ କଷ୍ଟମର ସର୍ଭିସ ଏଜେଂଟ ସହ କଥା ହେବା ପାଇଁ କଲ ଟ୍ରାନ୍ସଫର କରିବା ପାଇଁ ଅନୁରୋଧ କରନ୍ତୁ । ପ୍ରତିନିଧିଙ୍କୁ ଡେଷ୍ଟିନେସନ ଆଲାର୍ମ ସେଟ୍ କରିବା ପାଇଁ ଅନୁରୋଧ କରିବା ପାଇଁ ପଡ଼ିବ । ଏଥିପାଇଁ ଆପଣଙ୍କୁ ମୋବାଇଲ ନମ୍ବର ଓ ଡ଼େଷ୍ଟିନେସନ୍ ଷ୍ଟେସନ ମଧ୍ୟ କହିବା ପାଇଁ ପଡ଼ିବ ।

୩- ଯାତ୍ରୀ ଏଲଏଲିଆରଟି -ପିଏନଆର ଲେଖି ୧୩୯ ନମ୍ବରକୁ ଏସଏମଏସ କରିବା ପାଇଁ ପଡ଼ିବ । ଆପଣଙ୍କ ପିଏନଆର ନମ୍ବରର ଭେରିଫିକେସନ ପରେ ମୋବାଇଲ ନମ୍ବରକୁ ଆଲର୍ଟ ସେଟ୍ କରିଦିଆଯିବ । ଏଥିପାଇଁ ଆପଣଙ୍କ ମୋବାଇଲକୁ ମେସେଜ ମଧ୍ୟ ପଠାଇ ଦିଆଯିବ ।

ତେବେ ଏହି ସେବା ପାଇଁ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାପାଇଁ ପଡ଼ିବ । ମେଟ୍ରୋ ସିଟି ପାଇଁ ଲ୍ୟାଣ୍ଡଲାଇନରୁ ଫୋନ କଲେ ୧୮୦ ସକେଣ୍ଡ ପ୍ରତି ୧.୨୦ ଟଙ୍କା ଦେବାକୁ ଫଡ଼ିବ । ଅନ୍ୟପଟେ ନନ-ମେଟ୍ରୋ ସିଟି ପାଇଁ ଏହି ଶୁଳ୍କ ୧୨୦ ସେକେଣ୍ଡେ ପ୍ରତି ୧.୨୦ ଟଙ୍କା ରହିବ । ବୋଇଲରୁ ଫୋନ କଲେ ମେଟ୍ରୋ ସିଟରୁ ୬୦ ସେକେଣ୍ଡେକୁ ୧.୨୦ ଟଙ୍କା ଓ ନନ-ମେଟ୍ରୋ ସିଟିରୁ ପ୍ରତି ମିନିଟ୍ ପ୍ରତି ୨ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ ।