ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ଅକ୍ଷୟ । କହିଲେ, ଦେଶର ନୂଆ ସ୍ଲୋଗାନ୍ ହେଉ, ‘ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନ’ ।

442

କନକ ବ୍ୟୁରୋ : ଅକ୍ଷୟ କୁମାରଙ୍କ ସିନେମା ‘ମିସନ୍‌ ମଙ୍ଗଲ’ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି । ଯାହାକୁ ନେଇ ସେ ବହୁ ଖୁସି ଅଛନ୍ତି । ଏହି ସିନେମା ପ୍ରଥମ ଦିନରେ ହିଁ ୨୯.୧୬ କୋଟି ବ୍ୟବସାୟ କରି ସାରିଛି । ସିନେମାରେ ବିଦ୍ୟା ବାଲନ୍‌, ତାପସୀ ପନ୍ନୁ, କୀର୍ତ୍ତି କୁଲ୍ଲାରି, ସିହ୍ନା, ନିତ୍ୟା ମେନନ ଓ ସର୍ମନ୍‌ ଜୋସିଙ୍କ ସହିତ ଅକ୍ଷୟ କୁମାର ନଜର ଆସିଛନ୍ତି ।

ଏହି ସିନେମାକୁ ନେଇ ଅକ୍ଷୟ କୁମାର ଗଣମାଧ୍ୟମ ସହ କଥା ହେବା ସହିତ ଏହାର ସଫଳତାକୁ ନେଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହି ସମୟରେ ଅକ୍ଷୟ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବି ଖୁବ୍‌ ପ୍ରଶଂସା କରିଛନ୍ତି । ଅକ୍ଷୟ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ସହିତ ଦେଶର ବିଜ୍ଞାନ କ୍ଷେତ୍ରରେ ସରକାର କରିଥିବା ସାହାଯ୍ୟକୁ ନେଇ ପ୍ରଶଂସା କରିଛନ୍ତି ।

ଅକ୍ଷୟଙ୍କ କହିବାନୁସାରେ, ମୁଁ ଏମିତି ପ୍ରଧାନମନ୍ତ୍ରୀ କେବେ ଦେଖି ନାହିଁ, ଯିଏକି ବିଜୟୀ ହୋଇ ଆସିବା ପରଠାରୁ ସ୍ୱଚ୍ଛତା ଓ ଟଏଲେଟକୁ ନେଇ ଆଲୋଚନା କରିବା ଆରମ୍ଭ କରିଥିଲେ । ଏମିତି ପ୍ରଧାନମନ୍ତ୍ରୀ ପ୍ରଥମ ଥର ଦେଖିଲି ଯିଏକି ପରିଷ୍କାର-ପରିଚ୍ଛନ୍ନକୁ ନିଜର ପ୍ରଥମ ଏଜେଣ୍ଡା ମାନି ଚଳିଛନ୍ତି । ସେ ଏହି ପ୍ରସଙ୍ଗକୁ ନେଇ ଏଯାବତ ବି ଆଲୋଚନା ଜାରି ରଖିଛନ୍ତି । ଏହି ପ୍ରସଙ୍ଗରେ ବିଜ୍ଞାନକୁ ବି ନିଆଯାଉ, ପ୍ରଥମେ ଏଥିପାଇଁ ୨ ପ୍ରତିଶତ ବଜେଟ ଦିଆଯାଉଥିଲା ଏବେ ଏହାକୁ ବୃଦ୍ଧି କରି ୧୮ ପ୍ରତିଶତ କରି ଦିଆଯାଇଛି । ମୋତେ ଲାଗୁଛି ଏବେ ଦେଶର ନୂଆ ସ୍ଲୋଗାନ୍‌ ହେବା ଆବଶ୍ୟକ । ପ୍ରଥମରୁ ଥିଲା ‘ଜୟ ଯବାନ, ଜୟ କିସାନ୍‌’ । ମୋର ମତରେ ଏବେ ‘ଜୟ ଯବାନ, ଜୟ କିସନ୍‌ ଓ ଜୟ ବିଜ୍ଞାନ’।