ପରଦାକୁ ଆସିଲା ଦୁଇଟି ବଲିଉଡ ସିନେମା । ‘ତୁହ୍ମାରୀ ସୁଲୁ’ ଟକ୍କର ଦେବ ‘ଅସ୍କର-ଟୁ’

39

ଫିଲ୍ମ ଫ୍ରାଇଡ଼େରେ ରିଲିଜ ହେଲା ସୁରେଶ ତ୍ରିବେଣୀ ନିର୍ଦ୍ଦେଶିତ ସିନେମା ‘ତୁହ୍ମାରୀ ସୁଲଲୁ’ । ସିନେମାରେ ମୁଖ୍ୟ ଭୁମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ବିଦ୍ୟା ବଲାନ୍ । ଏହା ସହ ମାନବ କୌଲ ଏବଂ ନେହା ଧୁପିଆଙ୍କୁ ମଧ୍ୟ ପ୍ରମୁଖ ଭୁମିକାରେ ଅଭିନୟ କରିଛନ୍ତି । ସିନେମାଟି ଏକ ପାରିବାରିକ କାହାଣୀ ଉପରେ ଆଧାରିତ ହୋଇଛି । ଏଥିରେ ବିଦ୍ୟା ବଲାନଙ୍କୁ ଏକ ମଧ୍ୟବିତ ପରିବାର ମହିଳା ଚରିତ୍ର ଦେଖିବାକୁ ମିଳିଛି ।

ବିଦ୍ୟାଙ୍କୁ ଜଣେ ରେଡ଼ିଓ ଜକି ରୋଲରେ ଦେଖିବାକୁ ମିଳିଛି । ତେବେ ବିଦ୍ୟାଙ୍କ ସହ ନେହା ଧୁପିଆ, ମାନବ କୌଲ ମଧ୍ୟ ଫିଲ୍ମରେ ଖବ୍ ଭଲ ଅଭିନୟ କରିଛନ୍ତି । ବିଦ୍ୟା ଜଣେ ମା’ଜଣେ ସ୍ତ୍ରୀ ହୋଇ ମଧ୍ୟ ଏଭଳି ଜଣେ ମହତ୍ୱକାଂକ୍ଷୀ ମହିଳା ହୋଇପାରିଛନ୍ତି ତାହା ଏହି ସିନେମାଟିରେ ଦେଖିବାକୁ ମିଳିଛି ।

ସେହିପରି ଆଜି ରିଲିଜ ହୋଇଛି ଥ୍ରୀଲର ସିନେମା ‘ଅକସର ଟୁ’ । ଏଥିରେ ମୁଖ୍ୟ ଭୁମିକାରେ ଗୌତମ ରୋଡେ, ଅଭିନବ ଶୁକ୍ଲା, ଜରିନ ଖାନ ଓ ମୋହିତ ମଦନାନ ପ୍ରମୁଖ ଅଭିନୟ କରିଛନ୍ତି । ସିନେମାର ନିଦ୍ଦେଶନା ଦେଇଛନ୍ତି ଅନନ୍ତ ନାରାୟଣ । ରହସ୍ୟମୟ ଭାବରେ ଜଣେ କୋଟିପତି ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ଆଉ ଏହାପରେ କଣ ଘଟୁଛି ତାହା ଦର୍ଶକ ସିନେଟିକୁ ଦେଖିଲେ ହିଁ ଜାଣିପାରିବେ ।

ବିଶେଷ କରି ମର୍ଡର ମିଷ୍ଟ୍ରିର କାହାଣୀ ଦର୍ଶକ ଏହି ସିନେମାରେ ଦେଖିବାକୁ ପାଇବେ । ୧୨୭ ମିନିଟର ଏହି ସିନେମାକୁ ଦର୍ଶକେ ଭରପୁର ଉପଭୋଗ କରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯଇାଛି ।