ଆଉ ଠକାମିର ଶିକାର ହେବେନି ଶ୍ରଦ୍ଧାଳୁ : ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ାର ମୂଲ୍ୟ ସୂଚୀ

139

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଆନନ୍ଦବଜାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଉ ଠକାମିର ଶିକାର ହେବାକୁ ପଡ଼ିବ ନାହିଁ । ଭକ୍ତ ନିଜ ପସନ୍ଦ ମୁତାବକ ମହାପ୍ରସାଦ କିଣି ଉପଯୁକ୍ତ ମୂଲ୍ୟ ଦେବେ । ଏଭଳି ଏକ ଯୁଗାନ୍ତକାରୀ ନିଷ୍ପତ୍ତି  ଶନିବାର ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କିଛି ଦିନ ପରେ ଅବଢ଼ାର ମୂଲ୍ୟ ସୂଚୀ  ଲାଗିବ । ଏହି ନିଷ୍ପତ୍ତି ଦ୍ୱାରା ଶ୍ରୀଜଗନ୍ନାଥଙ୍କ  ଭକ୍ତ ମହଲରେ ଅାନନ୍ଦ ପ୍ରକାଶ ପାଇଛି ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।  ଶ୍ରୀ ମହାପାତ୍ର କହିଛନ୍ତି, ଆନନ୍ଦବଜାରରେ ଅବଢ଼ାରେ ମୂଲ୍ୟ ତାଲିକା ଲାଗିବ । ଏଥି ସହିତ ଅନ୍ନଦାନ ଆଟିକାକୁ ବନ୍ଦ କରାଯିବ । ସେହିଭଳି ମନ୍ଦିର ଭିତରେ ଦକ୍ଷିଣା ଆଦାୟ ସଂପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ମହାପାତ୍ର କହିଛନ୍ତି । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଆଉ କିଛି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପାଇଁ ବର୍ଷେ ଲାଗିପାରେ ।