କଅଁଳ ବୟସରେ କର୍କଟ ରୋଗ ! ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ ମୋନାଲିସା 

236

କନକ ବ୍ୟୁରୋ : ଖେଳକୁଦ କରିବା ବୟସରେ ଶଯ୍ୟାଶାୟୀ ଜୀବନ କାଟୁଛି କୁନି ଝିଅ ମୋନାଲିସା  । କ୍ୟାନସର ରୋଗରେ ପିଡିତ ହେବା ପରେ ମୋନାଲିସା ଓଠରୁ ହଜିଯାଇଛି ହସ । ମୁଣ୍ଡରେ ଟ୍ୟୁମର ପରେ ସେହି ସ୍ଥାନରେ କ୍ୟାନସରର ସଂକ୍ରମଣ । ଭୁବନେଶ୍ୱର ବଡଗଡ଼ ଅଂଚଳର ମୋନାଲିସାଙ୍କ ଚିକିତ୍ସା ପାଇଁ ଏବେ ଆବଶ୍ୟକ ୭ରୁ ୮ଲକ୍ଷ ଟଙ୍କା ।

ଖେଳକୁଦ କରିବା ବୟସରେ କଟୁଛି ଶଯ୍ୟାଶାୟୀ ଜୀବନ । ଜୀବନକୁ ଜିଇଁବା ଆଗରୁ, ଯନ୍ତଣାରେ ଛଟପଟ ହେଉଛନ୍ତି ୯ବର୍ଷର ଝିଅ ମୋନାଲିସା । କ୍ୟାନସର ରୋଗରେ ପୀଡିତ ହେବା ପରେ ଆଖିରୁ ଝରି ଚାଲିଛି ଲୁହ । ଆଉ ସେ ଲୁହ ଯେମିତି କହିବାକୁ ଚାହୁଁଛି ଅନେକ କଥା । ମୁଣ୍ଡରେ ଟ୍ୟୁମର ପରେ ସେହି ସ୍ଥାନରେ କ୍ୟାନସରର ସଂକ୍ରମଣ । ଭୁବନେଶ୍ୱର ବଡଗଡ଼ ଅଂଚଳର ମୋନାଲିସାଙ୍କ ଚିକିତ୍ସା ପାଇଁ ଏବେ ଆବଶ୍ୟକ ୭ରୁ ୮ଲକ୍ଷ ଟଙ୍କା ।

 

କୁନି ଝିଅର ମୁଣ୍ଡ ଭିତରେ ସାଢେଚାରି ସେଂଟିମିଟରର ଟ୍ରୁ୍ୟମର । ଏବେ ରେଡିଓ ଥେରାପି ଚାଲିଥିବା ବେଳେ, ଅଧିକ ଚିକିସ୍ଥା ପାଇଁ ଆବଶ୍ୟକ ମୋଟା ଅଙ୍କର ଅର୍ଥ  । ଯାହା ଯୋଗାଡ କରିବା ଏହି ପରିବାର ପାଇଁ ସମ୍ଭବ ହେଉନି  । ବାପା ଚା’ ଦୋକାନଟିଏ କରି ପରିବାର ପୋଷଣ କରୁଥିଲେ । ହେଲେ ଝିଅ ଚିକିତ୍ସା ଖର୍ଚ୍ଚ ପାଇଁ ସେତକ ବି ତିଷ୍ଠି ପାରିଲାନି  । ଏବେ ଦୋକାନ ବି ସମ୍ପୂର୍ଣ ବନ୍ଦ ହୋଇ ପଡିଛି ।

ଭୁବନେଶ୍ୱର ଏମ୍ସରେ ମୋନାଲିସାର ଚିକିସ୍ଥା ଚାଲଛି । କିନ୍ତୁ ମୁଣ୍ଡରେ ବଢୁଥିବା ଟ୍ୟୁମରର ଚିକିତ୍ସା ପାଇଁ ଲାଗିପାରେ ଅଧିକ ଅର୍ଥ । ଏଭଳି ସ୍ଥିତିରେ କିଛି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଛନ୍ତି । ଓଲିଉଡ କଳାକାର ପପି ସାନ୍ତୁକା ଓ କର୍ପୋରେଟର ଅମରେଶ ଜେନା ଚିକିତ୍ସା ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କାର ସହାୟତା ଯୋଗେଇ ଦେଇଛନ୍ତି  । ସେହିପରି କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମୋନାଲିସା ଘରେ ପହଁଚିଥିଲେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ  । ଝିଅର ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ବ୍ୟବସ୍ଥା କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି  । ଏବେ ବାପାମାଆ ଚାହିଁ ରହିଛନ୍ତି, ସେହି ଟଙ୍କାକୁ ଯେଉଁ ଟଙ୍କାର ତାଙ୍କ ଝିଅ ଚିକିତ୍ସିତ ହୋଇ ଘରକୁ ହସି ହସି ଫେରି ଆସିବ  ।