୮୨ ପ୍ରତିଶତ ଭାରତୀୟ ଇଂଟରନେଟ୍ ବିନା ଜୀବନ କଳ୍ପନା କରିପାରନ୍ତି ନାହିଁ !

39

ଚୀନର ଲୋକମାନେ ସବୁଠାରୁ ଅଧିକ ଇଂଟରନେଟ୍ ବ୍ୟବହାର କରନ୍ତି । ସବୁଠାରୁ ଅଧିକ ଇଂଟରନେଟ୍ ବ୍ୟବହାର କରୁଥିବା ଦେଶ ତାଲିକାରେ ଦ୍ୱିତୀୟ ସ୍ଥାନରେ ଆସେ ଆମ ଦେଶ ଭାରତ । ଅପାଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତୀୟମାନେ ଇଂଟରନେଟ୍ ବ୍ୟବହାର କରିବା ପାଇଁ ସବୁଠାରୁ ଅଧିକ ପସନ୍ଦ କରନ୍ତି । ନିକଟରେ ସାରା ଦୁନିଆରେ ଏକ ସର୍ବେକ୍ଷଣ କରାଯାଇଥିଲା । ଇଂଟରନେଟ୍ ବିନା ଜୀବନ କଳ୍ପନା କରିପାରୁନଥିବା ଲୋକଙ୍କୁ ନେଇ ଏହି ସର୍ବେକ୍ଷଣରେ ହୋଇଥିଲା । ଏହି ସର୍ବେକ୍ଷଣରେ ସବୁଠାରୁ ଆଗରେ ଅଛି ଭାରତ, ଯେଉଁମାନେ କହନ୍ତି ଇଂଟରନେଟ୍ ବିନା ସେମାନେ ଚଳିପାରିବେ ନାହିଁ ।

ଷ୍ଟାଟିଷ୍ଟିକସþ ଦ୍ୱାରା ୨୩ ଦେଶର ୧୮,୧୮୦ ଲୋକଙ୍କୁ ନେଇ ଏକ ସର୍ବେକ୍ଷଣ ହୋଇଥିଲା । ଏହି ସର୍ବେକ୍ଷଣ ଅନୁସାରେ କେବଳ ୧୮ ପ୍ରତିଶତ ଭାରତୀୟ ଇଂଟରନେଟ୍ ବିନା ଚଳିପାରିବେ ବୋଲି ଜଣାପଡ଼ିଛି । ବାକି ୮୨ ପ୍ରତିଶତ ଇଂଟରନେଟ୍ ବିନା ଜୀବନ ଚିନ୍ତା ବି କରିପାରନ୍ତି ନାହିଁ । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ୍ । ଏଠାରେ ଇଂଟରନେଟ୍ ବିନା ୭୭ ପ୍ରତିଶତ ଲୋକ ଚଳିପାରିବେ ନାହିଁ ବୋଲି ଜଣାପଡ଼ିଛି । ସେହିପରି ୟୁକେରେ ୭୮ ପ୍ରତିଶତ ଲୋକ ଇଂଟରନେଟ୍ ବିନା ନିଜର ଗୋଟିଏ ଦିନ ବି ବିତାଇ ପାରିବେ ନାହିଁ ।

ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି ଜର୍ମାନୀ ଓ ଅମାରିିକା । ଏଠାରେ ୭୩ ପ୍ରତିଶତ ଲୋକ ବିନା ଇଂଟରନେଟ୍ ରହିପାରିବେ ନାହିଁ । ଏହାପରେ ଏହି ତାଲିକାରେ ଅଛନ୍ତି ଋଷ୍, ସ୍ପେନ୍ ଓ ଫ୍ରାନ୍ସ । ଯେଉଁଠି ଯଥାକ୍ରମେ ୬୬, ୬୫ ଓ ୬୪ ପ୍ରତିଶତ ଲୋକ ଇଂଟରନେଟ୍ ବିନା ରିହପାରିବେ ନାହିଁ । ଇଟ୍ଟାଲୀ ଓ ଜାପାନରେ ଯଥାକ୍ରମେ ୯ ଓ ଦଶ ନମ୍ବର ସ୍ଥାନରେ ଅଛନ୍ତି । ଏଠାରେ ୬୨ ପ୍ରତିଶତ ଲୋକ ଇଂଟରନେଟ୍ ବିନା ଚଳିପାରିବେ ନାହିଁ ବୋଲି ଜଣାପଡ଼ିଛି । ସର୍ବେକ୍ଷଣ ଅନୁସାରେ ୨୦୨୨ ପର୍ଯ୍ୟନ୍ତ ଭାରତରେ ଇଂଟରନେଟ୍ ୟୁଜର ସଂଖ୍ୟା ୫୪ ପ୍ରତିଶତ ବଢ଼ିଯିବ ଏବଂ ୫୧ କୋଟି ଇଂଟରନେଟ୍ ଗ୍ରାହକ ହୋଇଯିବେ । ଆଜିକା ତାରିଖରେ ଏହି ସଂଖ୍ୟା ୩୩ କୋଟିରୁ ମଧ୍ୟ ଅଧିକ ରହିଛି । ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ଏବେ ଭାରତରେ ମୋବାଇଲ ଫୋନ୍ ଇଂଟରନେଟ୍ ଗ୍ରାହକ ୨୪ ପ୍ରତିଶତ ଅଛନ୍ତି , ଯାହା ୨୦୨୨ ପର୍ଯ୍ୟନ୍ତ ୩୫ ପ୍ରତିଶତ ହୋଇଯିବ ବୋଲି ଅନୁମାନ ଲଗାଯାଉଛି ।