ଫେସବୁକକୁ ନେଇ ସାଙ୍ଘାତିକ ତଥ୍ୟ ! ୮୧ ହଜାର ୟୁଜର୍ସଙ୍କ ତଥ୍ୟ ଚୋରି, ସାମିଲ ନାହିଁ ତ ଆପଣଙ୍କ ଆକାଉଣ୍ଟ ?

105

ସୋସିଆଲ ସାଇଟରେ କେତେ ସୁରକ୍ଷିତ ଆପଣଙ୍କ ତଥ୍ୟ । ବିଭିନ୍ନ ସୋସିଆଲ ନେଟୱାର୍କିଙ୍ଗ ସାଇଟ ଏହି ପ୍ରଶ୍ନକୁ ନେଇ ଆପଣଙ୍କ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ଦାବି କରୁଥିବା ବେଳେ ଏହାକୁ ନେଇ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ରିପୋର୍ଟ ଅନୁଯାୟୀ, ହ୍ୟାକର୍ସମାନେ ଫେସବୁକରେ ଥିବା ୧୨୦ ମିଲିୟନ୍ ବ୍ୟବହାରକାରୀଙ୍କ ଆକାଉଣ୍ଟ ଉପରେ ଟାର୍ଗେଟ କରିଛି । ଆଉ ଏମାନଙ୍କ ମଧ୍ୟରୁ ୮୧ ହଜାର ବ୍ୟବହାରକାରୀଙ୍କର ପ୍ରାଇଭେଟ୍ ମେସେଜ ଇଣ୍ଟରନେଟରେ ଲିକ୍ ମଧ୍ୟ ହୋଇଯାଇଛି । ଆଉ ଏଥିରେ ୟୁଜର୍ସଙ୍କର ବ୍ୟକ୍ତିଗତ ଚାଟିଂ ମଧ୍ୟ ସାମିଲ ଅଛି ।

ରିପୋର୍ଟ ଅନୁଯାୟୀ, ହ୍ୟାକର୍ସମାନେ ୮୧ ହଜାର ୟୁଜର୍ସଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ କରିଛନ୍ତି । ତେବେ ଏଭଳି ତଥ୍ୟକୁ ନେଇ ଫେସବୁକ ମଧ୍ୟ ନିଜ ବୟାନ ଜାରି କରିଛି । ଫେସବୁକର ତଥ୍ୟ ଅନୁଯାୟୀ, ଫେସବୁକର ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାରର ତ୍ରୁଟି ରହିନାହିଁ । ତେବେ ହ୍ୟାକର୍ସମାନେ ଏଳ୍ସଟେନସନର ଦୁରୁପଯୋଗ ଦ୍ୱାରା ଏହି ତଥ୍ୟ ଚୋରି କରିଥିବା ଫେସବୁକ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଅନ୍ୟ ଆକାଉଣ୍ଟ ଗୁଡିକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।