ଭାରତୀୟ ରେଳ ବିଭାଗର ବଡ ନିଷ୍ପତ୍ତି । ପ୍ରତି ଟ୍ରେନରେ ରହିବ ୨୨ଟି ସ୍ୱତନ୍ତ୍ର ବଗି । ଯେକୌଣସି ଟ୍ରାକରେ କରିପାରିବ ଯାତାୟତ

17

ମୋଦି ସରକାର ଦେଶର ଶାସନଭାର ଗ୍ରହଣ କରିବା ପରେ ରେଳ ବିଭାଗରେ ଅନେକ ବିକାଶ କରିବା ସହ ବ୍ୟାପକ ପରିବର୍ତନ ଆଣି ଲୋକାଭିମୁଖୀ କରିଛନ୍ତି । ଭାରତୀୟ ରେଳ ବିଭାଗକୁ ନୂଆ ଦିଶା ଦେଖାଇଛି ମୋଦି ସରକାର । କେତେବଳେ ବୁଲେଟ ଟ୍ରେନ ତ ଆଉ କେତେବେଳେ ହାଇସ୍ପିଡ ଟ୍ରେନ ଚଳାଇ ଲୋକପ୍ରିୟ ହୋଇଛନ୍ତି ।

ତେବେ କେନ୍ଦ୍ର ରେଳମନ୍ତ୍ରୀ ପୁଣି ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁହେବାକୁ ଯାଉଛି । ପ୍ରତି ଟ୍ରେନରେ ଏବେ ଏପରି ୨୨ଟି ଡବା ରଖାଯିବ, ଯାହା ଯେକୌଣସି ଟ୍ରାକରେ ଚାଲିବାକୁ ସକ୍ଷମ ହେବ । ମଙ୍ଗଳବାର ଏନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ପିୟୁଷ ଗୋଏଲ । ତା ସହ ଷ୍ଟେସନରେ ବ୍ୟାପକ ପରିବର୍ତନ କରାଯିବ ବୋଲି ସେ କହିଛନ୍ତି ।

ପ୍ଲାଟଫର୍ମର ଏରିଆ ବଢାଯିବା ସହ ଓ ଅନେକ ସୁବିଧା ଲୋକଙ୍କୁ ଯୋଗାଇ ଦିଆଯିବ । ବର୍ତମାନ ରେଳ ବିଭାଗ ଆଇସିଏଫ ଓ ଏଲଏଚବି ପ୍ରକାରର ଡବା ବ୍ୟବହାର କରୁଛି । ଏବଂ ସେହି ଡବା ଗୁଡିକୁ ଚିହ୍ନିବା ପାଇଁ କିଛି ସ୍ୱତନ୍ତ୍ର ସଂଖ୍ୟା ବ୍ୟବହାର କରାଯାଉଛି । ଯେପରିକି ୧୨,୧୬,୧୮,୨୨ ଓ ୨୬ । ରେଳବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ପ୍ରତି ଟ୍ରେନରେ ଡବା ସମାନ ରହିବ । ପ୍ରଥମ ପର୍ଯ୍ୟାୟରେ ୩ଶହ ଟ୍ରାକରେ ଏପରି ବ୍ୟବସ୍ଥା କରାଯିବ । ପରେ ଏହାର ସଂଖ୍ୟା ବଢାଯିବ ।

ସେହିପରି ୨୦୧୯ରେ ଟ୍ରେନ ଗୁଡିକରେ ବ୍ୟାପକ ପରିବର୍ତନ କରାଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ (ସ୍ୱାଧୀନ) ରାଜେନ ଗୋହେନ । ସବୁ ଟ୍ରେନରେ ବାୟୋଟଏଲେଟ ବ୍ୟବହାର କରାଯିବା ସହ ୭୬୯ ଟ୍ରେନର ସ୍ପିଡ ବଢାଯିବ । ଏହା ଦ୍ୱାରା ଯାତ୍ରୀମାନଙ୍କର ସମୟ ନଷ୍ଟ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।