ବନ୍ଦ ହେଲା ୨୦୦୦ ଟଙ୍କିଆ ନୋଟ ଛପା ! ୫୦୦ ଟଙ୍କିଆ ନୋଟ ଛାପିବା ପାଇଁ ଦିଆଯିବ ଅଧିକ ଗୁରୁତ୍ୱ ।

56

ଗତ କିଛି ଦିନ ପୂର୍ବରୁ ୨୦୦୦ ଟଙ୍କା ନୋଟକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା । ତେବେ ଏହି ବିବାଦକୁ ଦୃଷ୍ଟିରେ ରଖି କିଛି ଦିନ ଧରି ୨୦୦୦ ଟଙ୍କିଆ ନୋଟକୁ ଛପାଇବା କମ କରିଦିଆ ଯାଇଥିଲା । କିନ୍ତୁ ଏବେ ୨୦୦୦ ଟଙ୍କିଆ ନୋଟକୁ ଛପାଇବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଛି । ଏବେ କେନ୍ଦ୍ର ସରକାର ୨୦୦୦ ଟଙ୍କା ନୋଟକୁ ଛାଡି ୫୦୦ ଟଙ୍କିଆ ନୋଟ ଅଧିକରୁ ଅଧିକ ଛାପିବା ପାଇଁ ପ୍ରାଧାନ୍ୟ ଦେଉଛନ୍ତି ।

 

ଅର୍ଥ ସଚିବ ସୁବାଷ ଚନ୍ଦ୍ର ଗର୍ଗଙ୍କ କହିବା ଅନୁସାରେ, ବର୍ତ୍ତମାନ ପ୍ରସାରିତ ହୋଇଥିବା ୨୦୦୦ ଟଙ୍କିଆ ନୋଟ ୭ ଲକ୍ଷ କୋଟି ଟଙ୍କା ରହିଛି । ଯାହା ଆବଶ୍ୟକତା ଠାରୁ ଖୁବ ଅଧିକ । ଏହି କାରଣରୁ ୨୦୦୦ ଟଙ୍କିଆ ନୋଟକୁ ଛାପିବାରେ ରୋକ ଲଗାଯାଇଛି । ସେ ଏହା ମଧ୍ୟ କହିଛନ୍ତି, ଲୋକ ମାନେ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟକୁ ଅଧିକ ବ୍ୟବହାର କରୁଛନ୍ତି । ଅପର ପକ୍ଷରେ ୨୦୦୦ ଟଙ୍କିଆ ନୋଟର ବ୍ୟବହାର ଖୁବ କମ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଛୋଟ ନୋଟ ଅଧିକ ଛାପିବା ପାଇଁ ଧ୍ୟାନ ଦେଉଛନ୍ତି ।

ତେବେ ୨୦୦୦ ଟଙ୍କିଆ ନୋଟ ଛପା ବନ୍ଦ ହେଲେ ଟଙ୍କା ଅଭାବ ହେବାର ଆଶଙ୍କାରେ ୫୦୦ ଟଙ୍କିଆ ନୋଟ ଅଧିକ ଛପାଯାଉଛି । ପ୍ରତିଦିନ ପାଖାପାଖି ୩୦୦୦ କୋଟି ଟଙ୍କାର ୫୦୦ ଟଙ୍କିଆ ନୋଟ ଛପାଯାଉଛି ।