ଅନ୍ୟ ଅଙ୍ଗ ତୁଳନାରେ ବେକ କଳା ଦେଖାଯାଉଥିଲେ ଆପଣାନ୍ତୁ ଏହି ଟିପ୍ସ ! ଦୂରେଇଯିବ ଚିହ୍ନ ।

1,860

ଆପଣଙ୍କ ମୁହଁର ରଙ୍ଗ ଧଳା ଥିବ ଓ ଆପଣ ସୁନ୍ଦର ଦେଖାଯାଉଥିବେ, ହେଲେ ଯଦି ବେକର ରଙ୍ଗ କଳା ହୋଇଯାଉଛି ତା’ହେଲେ ଆପଣ ଯେତେ ସୁନ୍ଦର ଥିଲେ ମଧ୍ୟ କେତେ ଖରାପ ଦେଖାଯିବେ କେବେ ଚିନ୍ତା କରିଛନ୍ତି? ବେକ କଳା ପଡ଼ିବାର ସାଧାରଣ କାରଣ ହେଉଛି ପରିଷ୍କାର ନ ରହିବା। ଏହା ସହ ଆହୁରି ଅନେକ କାରଣ ହୋଇଥାଏ ଯେମିତି କି, କସ୍ମେଟିକ୍ ଜିନିଷରେ ମିଶିଥିବା ରାସାୟନିକ ପଦାର୍ଥ, ପ୍ରଦୂଷଣ ଓ ମଧୁମେହ। କିନ୍ତୁ ଏହାକୁ ମଧ୍ୟ ଠିକ୍ କରାଯାଇ ପାରିବ କିଛି ଘରୋଇ ଉପାୟରେ, ଜାଣନ୍ତୁ କେମିତି ଠିକ୍ କରିବେ।

ଏଲୋବେରା (ଘିକୁଆଁରି) ଜେଲ୍: ଏଲୋବେରା ଜେଲ୍ ଲଗାଇବା ଦ୍ୱାରା ବେକର ଡାର୍କ୍ନେସ୍ ବା କଳା ପଡ଼ୁଥିବା ସ୍ଥାନ ପୁଣି ସାଧାରଣ ରଙ୍ଗକୁ ଫେରି ଆସିବ। ଏଲୋବେରାରେ ମିନେରାଲ୍ସ୍ ଓ ଭିଟାମିନ୍ ଥିବାଯୋଗୁଁ ଏହା ତ୍ୱଚାରେ ମେଲାଲିନ୍ର ଉତ୍ପାଦନ ନିୟନ୍ତ୍ରିତ କରି ପିଗ୍ମେନ୍ଟେସନ୍ (ରଙ୍ଗ)କୁ କମ୍ କରିଥାଏ।

ଆପଲ୍ ସାଇଡର୍ ଭିନେଗାର୍: ଆପଲ୍ ସାଇଡର୍ ଭିନେଗାର୍ ଚର୍ମର ପିଏଚ୍ ସ୍ତର ସନ୍ତୁଳନ ରଖେ। ଏହା ତ୍ୱଚାରେ ରହିଯାଉଥିବା ଡେଡ୍ ସେଲ୍ସ୍କୁ ମଧ୍ୟ ବାହାର କରିଥାଏ। ଦୁଇ ଚାମଚ ଆପଲ୍ ସାଇଡର୍ ଭିନେଗାର୍ ଟିକିଏ ପାଣି ସହ ମିଶାଇ ତୁଳାରେ ଆପଣଙ୍କ କଳା ହୋଇଥିବା ଜାଗାରେ ଲଗାନ୍ତୁ। କିଛି ସମୟ ପରେ ଏହାକୁ ସାଦା ପାଣିରେ ଧୁଅନ୍ତୁ।
ଆଲ୍ମଣ୍ଡ୍ (ବାଦାମ) ତେଲ: ବାଦାମ ତେଲରେ ଭିଟାମିନ୍ ଇ ଓ ବ୍ଲିଚିଂ ଏଜେଣ୍ଟ୍ ରହିଥାଏ, ଯାହା ରଙ୍ଗକୁ ସୁଧାରିବାରେ ସାହାଯ୍ୟ କରିଥାଏ। କିଛି ବୁନ୍ଦା ତେଲ ନେଇ ବେକରେ କିଛି ସମୟ ମାଲିସ କଲା ପରେ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ।

ଦହି: ଦହିରେ ପ୍ରାକୃତିକ ଏନ୍ଜାଇମ୍ ରହିଥାଏ ଯାହା ତ୍ୱଚାକୁ ଲାଇଟେନିଂ ବା ସଫା କରିବାରେ ସାହାଯ୍ୟ କରିଥାଏ। ଦୁଇ ଚାମଚ ଦହି ନେଇ ବେକରେ ଲଗାନ୍ତୁ ଓ ୧୫ ମିନିଟ୍ ପାଇଁ ରଖି ପରେ ଧୋଅନ୍ତୁ।

ଆଳୁ: ଆଳୁରେ ବ୍ଲିଚିଂ ଉପାଦାନ ରହିଥାଏ ଯାହା ତ୍ୱଚାକୁ ଲାଇଟେନିଂ ବା ସଫା କରିଥାଏ। ଗୋଟିଏ ଆଳୁ ନେଇ ତା’କୁ କାଟି ଜୁସ୍ ତିଆରି କରନ୍ତୁ ଓ ବେକରେ ଜୁସ୍କୁ ଲଗାଇ ୧୫ ମିନିଟ୍ ପାଇଁ ରଖି ଦିଅନ୍ତୁ। ପରେ ଏହାକୁ ସାଦା ପାଣିରେ ଧୁଅନ୍ତୁ।