ଆଜି ଦିଲ୍ଲୀରେ ଜିଏସଟି ପରିଷଦର ୧୭ତମ ବୈଠକ ! ବିଭିନ୍ନ ସଙ୍ଗଠନର ଅଭିଯୋଗ ଉପରେ କରାଯାଇପାରେ ବିଚାର

21

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ଜିଏସଟି ପରିଷଦର ୧୭ତମ ବୈଠକ ବସୁଛି । ଆଜି ଲଟେରି ଉପରେ ଟିକସ, ଲାଭଖୋର ନିବାରଣ ଆଇନ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ । ଜିଏସଟିର ପୂର୍ବ ବୈଠକ ଗୁଡିକରେ ଅଧିକାଂଶ ସାମଗ୍ରୀ ଓ ସେବା ଉପରେ ଟିକସ ଧାର୍ଯ୍ୟ ହୋଇସାରିଛି ।

ଆଜିର ବୈଠକରେ ବିଭିନ୍ନ ସଙ୍ଗଠନର ରହିଥିବା ଅଭିଯୋଗ ଉପରେ ବିଚାର କରାଯିବା ସହ କେତେକ ସାମଗ୍ରୀ ଓ ସେବା ଉପରେ ତର୍ଜମା ହେବ । ଜିଏସଟିର ୧୬ ତମ ବୈଠକରେ ୬୬ଟି ସେବା ଓ ସାମଗ୍ରୀ ଉପରେ ଟିକସ ସଂଶୋଧନ କରାଯାଇଥିଲା ।