ଆସିଗଲା ମହିଳାଙ୍କ ସୁରକ୍ଷା କବଚ! ଖଳ ପ୍ରକୃତିର ବ୍ୟକ୍ତି ସାବଧାନ

68

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ୨୦୧୫ ରିପୋର୍ଟ ଅନୁସାରେ ଦେଶରେ ପାଖାପାଖି ୩୪,୬୫୧ ଦୁଷ୍କର୍ମ ମାମଲା ଦାଏର ହୋଇଥିଲା । ଏହାସହ ଭାରତରେ ଏପରି କିଛି ଦୁଷ୍କର୍ମ ମାମଲା ଶୁଣିବାକୁ ମିଳୁଛିି ଯାହା ଶୁଣି ଲୋମଟାଙ୍କୁରି ଉଠିବ । ଏପରିସ୍ଥଳେ ହାଇଦ୍ରାବାଦର ଏକ ସ୍କୁଲରେ ପଢ଼ୁଥିବା ୧୭ ବର୍ଷର ଛାତ୍ର ସିଦ୍ଧାର୍ଥ ମଣ୍ଡଲା ଏମିତି ଏକ ଜୋତା ତିଆରି କରିଛନ୍ତି, ଯାହା ଦ୍ୱାରା ମହିଳାମାନେ ନିଜର ରକ୍ଷା ନିଜେ କରିପାରିବେ ।

ଏହି ଜୋତା ପିନ୍ଧିବା ପରେ ଯିଏ ବି ଝିଅ/ମହିଳାଙ୍କୁ ଛୁଇଁବା ପାଇଁ ଚେଷ୍ଟା କରିବେ ତାକୁ ୦.୧ଏଏମପି ବିଦ୍ୟୁତ ଝଟକା ଲାଗିବ । କେବଳ ଏତିକି ନୁହଁ ଏହି ଜୋତା ପୁଲିସ ଓ ଝିଅର ଅଭିଭାବକଙ୍କୁ ସଠିକ ଜାଗାର ଠିକଣା ପଠାଇଦେବ,ଯେଉଁଠି ମହିଳା ବିପଦରେ ଥିବେ । ସିଦ୍ଧାର୍ଥ ଏହି ଜୋତାର ନାମ ରଖିଛନ୍ତି ‘ଇଲୋକ୍ଟ୍ରୋ ସୁ’ । ଯାହା ପଦାର୍ଥ ବିଜ୍ଞାନର ପେଜୋଇଲୋକ୍ଟ୍ରୋନିକ୍ସ ପ୍ରସଙ୍ଗ ଉପରେ ଆଧାରିତ ।

ଏହି ଜୋତାର ସବୁଠାରୁ ଖାସ କଥା ହେଲା ଏହାକୁ ବ୍ୟାଟେରୀ କିମ୍ବା ବିଜୁଳୀରେ ଚାର୍ଜ କରିବା ଦରକାର ନାହିଁ । ମହିଳାମାନେ ଏହି ଜୋତାକୁ ପିନ୍ଧି ଚାଲିବା ଆରମ୍ଭ କରିବା ଦ୍ୱାରା ଏହା ଆପେ ଆପେ ଚାର୍ଜ ହୋଇଯିବ । ଏହି ଜୋତା ଦେଖିବା ପାଇଁ ବିଲକୁଲ ସାଧାରଣ ଜୋତା ପରି । କିନ୍ତୁ ଏହାର ଗୁଣ ଅସାଧାରଣ । ଏତେ ଅଳ୍ପ ବୟସରୁ ସିଦ୍ଧାର୍ଥଙ୍କ ଚିନ୍ତାଶୈଳୀ ଓ ଅଭିନବ ଉଦ୍ଭାବନ ପାଇଁ ସେ ଏବେ ସବୁଆଡେ ଖୁବ ପ୍ରଶଂସାର ପାତ୍ର ହୋଇଛନ୍ତି ।

                                                 ସୌଜନ୍ୟ-ଆଜତକ