ଲୋପ ପାଉଛି ୧୫୦ ବର୍ଷର ପୁରୁଣା ପରମ୍ପରା : ମାଟି କଣ୍ଢେଇର ସ୍ଥାନ ନେଇଛିି ପ୍ଲାଷ୍ଟିକ କଣ୍ଢେଇ

44

କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତବର୍ଷ ଆଷାଢ ପୂର୍ଣ୍ଣିମା ଅବସରରେ ରେସମ ସହରରେ କଣ୍ଢେଇ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଯାତ୍ରାରେ ପିଲାଠାରୁ ବଡ଼ ସମସ୍ତଙ୍କ ଭିଡ଼ ଜମିଥିଲା । କଣ୍ଢେଇ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଭିନ୍ନ ଭିନ୍ନ କିସମର ମାଟିକଣ୍ଢେଇ । କିନ୍ତୁ ବର୍ତ୍ତମାନର ପ୍ଳାଷ୍ଟିକ ଯୁଗରେ ଏହି ମାଟି କଣ୍ଢେଇ ଲୋପ ପାଇବାକୁ ବସିଛି ।

୧୫୦ ବର୍ଷର ପୁରୁଣା ପରମ୍ପରା ବ୍ରହ୍ମପୁର ସହରର କଣ୍ଢେଇ ଯାତ୍ରା । ରଥଯାତ୍ରା ସରିବା ପରେ ଜଗନ୍ନାଥ ମହାପ୍ରଭୁ ରତ୍ନସିଂହାସନକୁ ଫେରିବା ପରେ ଆଷାଢ ପୂର୍ଣ୍ରିମାରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । କଣ୍ଢେଇ ଯାତ୍ରାରେ ମହାପ୍ରଭୁଙ୍କୁ ପଟା ବେଶରେ ସଜା ଯାଇଥାଏ । ଆଉ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ମାଟିରେ ତିଆରି କଣ୍ଢେଇ । କିନ୍ତୁ ସମୟ କ୍ରମେ ମାଟି କଣ୍ଢେଇ ଲୋପ ଏବେ ଏହାର ସ୍ଥାନ ନେଇଛିି ପ୍ଲାଷ୍ଟିକ କଣ୍ଢେଇ । ପରମ୍ପରା ଅନୁସାରେ ଏହି ଯାତ୍ରାରେ କଣ୍ଢେଇ କିଣି ବନ୍ଧୁବାନ୍ଧବଙ୍କୁ ଦେଲେ ଘର ପାଇଁ ଶୁଭ ହୋଇଥାଏ ।

ସିଲ୍କ ସିଟିରେ ହେଉଥିବା କଣ୍ଢେଇ ଯାତ୍ରାରେ ବ୍ରହ୍ମପୁର ସହରର ଲୋକ ନୁହେଁ ଏହାର ଆଖପାଖ ଅଂଚଳରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏଠାରେ ଜଗନ୍ନାଥଙ୍କ ଦର୍ଶନ କରିବା ସହ ମେଳା ବୁଲିବାର ମଜା ଉଠାଇଥାନ୍ତି ସମସ୍ତେ ।