ମୁହଁ ଖୋଲିଲେ ରାହୁଲ ! ସଂସଦରେ ଅନାସ୍ଥା ଆଲୋଚନା ବେଳେ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ ହାଇକମାଣ୍ଡ ।

50

ଲୋକସଭାରେ ଚାଲିଥିବା ଅନାସ୍ଥା ପ୍ରସ୍ତାବ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବାକ୍ୟବାଣର ବର୍ଷା କରିଥିଲେ । ରାହୁଲଙ୍କ କହିବାନୁସାରେ, ‘ମୋଦି ସରକାର ଭାରତରେ ଦୁଇ କୋଟି ବୋରୋଜଗାରଙ୍କୁ ଚାକିରୀ ଦେବାକୁ ପ୍ରତିଶୃତି ଦେଇ ମାତ୍ର ୪ ଲକ୍ଷ ଯୁବକଙ୍କୁ ଚାକିରୀ ଦେଇଛନ୍ତି ।’ ସେ କହିଥିଲେ, ‘ଏହି ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଉଛି । ମିଛ କଥା କହି ଜନତାଙ୍କ ମତି ଭ୍ରମ କରୁଛି ।’

ରାଫେଲ ପ୍ରସଙ୍ଗକୁ ନେଇ ମୋଦିଙ୍କୁ ଟାର୍ଗେଟ୍ କଲେ ରାହୁଲ୍ ।

ରାଫେଲ ବିମାନ ପ୍ରସଙ୍ଗକୁ ନେଇ ରାହୁଲ ଅଙ୍ଗୁଳି ଉଠାଇ କହିଥିଲେ ଯେ,ଯେବେଠାରୁ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଗଲେ ସେବେଠାରୁ ହଠାତ୍ ଉଡାଜାହାଜ ପ୍ରତି ୧୬୦୦ କୋଟି ଟଙ୍କା ହୋଇଗଲା । ପ୍ରଥମେ ରାଫେଲ ୫୪୦ କୋଟି ଟଙ୍କାର ଥିଲା । କେବଳ ଏତିକି ନୁହଁ, ପିଏମଙ୍କ ଚାପରେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ୍ ମଧ୍ୟ ଦେଶକୁ ମିଛ କହିଥିବାର କଥା ସେ କହିଥିଲେ । ରାହୁଲଙ୍କ ଏହି ବିଷୟ ଉପରେ ରକ୍ଷାମନ୍ତ୍ରୀ ରାଗିଯାଇ ଏହି ପ୍ରସଙ୍ଗ ଉପରେ ନିଜର ମତ ରଖିବା ପାଇଁ ସମୟ ମାଗିଥିଲେ । ଏଥିରେ ବାଚସ୍ପତି ରକ୍ଷାମନ୍ତ୍ରୀଙ୍କୁ ନିଜର କଥା ରଖିବା ପାଇଁ ଅନୁମତି ଦେଇଥିଲେ ।

ପୁଞ୍ଜୀପତିଙ୍କୁ ୪୫ ହଜାର କୋଟି ଟଙ୍କାର ଫାଇଦା ଯୋଗାଇଦେଲେ ।

ରାହୁଲ ପିଏମ୍ ମୋଦିଙ୍କ ଉପରେ ବାକ୍ୟବାଣ ମାରି କହିଥିଲେ ଯେ,ମୋଦି ୧୦ ରୁ ୨୦ ପୁଞ୍ଜୀପତିଙ୍କ ପାଇଁ ସବୁ କିଛି କରୁଛନ୍ତି । ବଡ ବଡ ପୁଞ୍ଜୀପତିଙ୍କ ସହ ମୋଦିଙ୍କର ଭଲ ସଂପର୍କ ରହିଅଛି । ମୋଦି ଜଣେ ପୁଞ୍ଜୀପତିଙ୍କୁ ୪୫ ହଜାର କୋଟି ଟଙ୍କାର ଫାଇଦା ଯୋଗାଇଥିଲେ । ଏହି ବିଷୟ ପରେ ରାହୁଲ କହିଥିଲେ, “ପିଏମ୍ ମୋଦି ନର୍ଭସ୍ ଦେଖାଯାଉଛନ୍ତି ତେଣୁ ମୋ ଆଖିରେ ଆଖି ମିଶାଇ ଦେଖି ପାରୁନାହାନ୍ତି ।” ମୋଦି କହିଥିଲେ ସେ ଦେଶର ଚୌକିଦାର,ସେ ଚୌକିଦାର ନୁହଁନ୍ତି ଦେଶର ଭାଗୀଦାର ।

ଭାରତରେ ଯେତେବେଳେ ଚୀନ୍ ଆକ୍ରମଣ କରିବା ପାଇଁ ପଶିଲା,ପିଏମ୍ ମୋଦି ସେତେବେଳେ ଦୋଳି ଖେଳୁଥିଲେ ।

ରାହୁଲ କହିଥିଲେ, “ପିଏମ୍ ମୋଦି ଯେତେବେଳେ ଚୀନ୍ ରାଷ୍ଟ୍ରପତୀଙ୍କ ସହ ଦୋଳି ଖେଳୁଥିଲେ ସେତେବେଳେ ଚୀନ୍ ସେନା ଭାରତରେ ପ୍ରବେଶ କରିଯାଇଥିଲେ । କିନ୍ତୁ ଭାରତୀୟ ସୈନ୍ୟଙ୍କ ଶକ୍ତି ଆଗରେ ଚୀନ୍ ସୈନ୍ୟ ହାରିଯାଇଥିଲେ । କିଛି ଦିନ ପୂର୍ବରୁ ପିଏମ୍ ଚୀନ୍ ଯାଇଥିଲେ ପୁଣି ବିନା ଏଜେଣ୍ଡାରେ । ସେଠାରେ ସେ ଘୁସଠ୍ରେ କଥା ଉଠାଇ ନଥିଲେ । ଏହାର ଅର୍ଥ ପିଏମ୍ ଦେଶର ସୈନ୍ୟମାନଙ୍କୁ ଧୋକା ଦେଇଛନ୍ତି ।”

ରାହୁଲଙ୍କ ଅଭିଭାଷଣରେ ଥିଲା ସମସ୍ତଙ୍କ ନଜର ।

ରାହୁଲ ଜୋର୍ କରି କହିଥିଲେ ଯେ,ତାଙ୍କୁ ଯଦି ସଂସଦରେ ୧୫ ମିନିଟ୍ ସମୟ ଦିଆଯାଏ ତେବେ ଭୁମିକମ୍ପ ଆସିଯିବ । ରାହୁଲ କହିଥିଲେ ଯଦି ସେ କହିବା ଆରମ୍ଭ କରିବେ ତେବେ ମୋଦି ସିଟରେ ଠିକରେ ବସି ପାରିବେ ନାହିଁ ।