କରୋନାରୁ ସାମାନ୍ୟ ଆଶ୍ୱସ୍ତି । ଦେଶରେ କମିଲା କରୋନା ସଂକ୍ରମଣ ହାର ।

110

କନକ ବ୍ୟୁରୋ: ଦେଶରେ ମଧ୍ୟ ଗତକାଲି ତୁଳନାରେ କମିଛି ସଂକ୍ରମଣ । ୨୪ ଘଂଟାରେ ୧୩ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୧୩ ହଜାର ୨୬୫ଜଣ । ଦିନକରେ ୨୦ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୩୧ ହଜାର ୪୩ । ପଜିଟିଭ ହାର ରହିଛି ୩ ଦଶମିକ ୨୩ ପ୍ରତିଶତ ।

ଗତକାଲି ଅପେକ୍ଷା ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ଘଟିଥିବାରୁ ଲୋକେ ଆସ୍ବସ୍ଥ ହୋଇଛନ୍ତି। ଆଜି ୧୩, ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଳି ଦେଶରେ ୧୬,୬୭୮ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା।