ଜାପାନ ସରକାରଙ୍କ ଅଜବ ନିୟମ: ଅଧିକରୁ ଅଧିକ ମଦ୍ୟପାନ କରିବା ପାଇଁ ଯୁବଗୋଷ୍ଠୀଙ୍କୁ କହିଲେ ସରକାର

171

କନକ ବ୍ୟୁରୋ: ଜାପାନରେ ଚାଲିଛି ଅଜବ କ୍ୟାମ୍ପେନ । ଜାପାନର ଯୁବକମାନଙ୍କୁ ମଦ ପିଇବା ପାଇଁ ଅପିଲ୍ କରାଯାଇଛି । ଦେଶର ରାଜସ୍ୱରେ ଆସିଥିବା ହ୍ରାସ କୁ ଦୃଷ୍ଟିରେ ରଖି ରାଜସ୍ୱର ଭରଣା ପାଇଁ ଏଭଳି ଏକ ଅପିଲ୍ ଦେଶରେ କରାଯାଇଛି । କୋଭିଡ ପରେ ଜାପାନରେ ରେଷ୍ଟୁରାଂଟ ବାରରେ ମଦବିକ୍ରି କମିଛି । ଯେଉଁଥିପାଇଁ ଜାପାନର ଏକ ନ୍ୟାସନାଲ ଏଂଜେଂସି ଏହି ଅଭିଯାନ ଆରମ୍ଭ କରାଯାଇଛି । ୨୦ ରୁ ୩୯ ବର୍ଷ ବ୍ୟକ୍ତି ହୁଇସ୍କି , ୱାଇନ୍ ଓ ବିଅର ପିଇବା ପାଇଁ କୁହାଯାଉଛି । ଅନ୍ୟପଟେ ମଦ ବ୍ୟବସାୟ କେମିତି ବଢିପାରିବ ସେଥିପାଇଁ ଲୋକମାନଙ୍କୁ ଆଇଡିଆ ମଧ୍ୟ ମଗାଯାଉଛି ।