ଅନୁଗୁଳ ଛେଣ୍ଡିପଦା ଦେହୁରୀ ସାହିର ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ଏସପି କହିଲେ, ଛାତରୁ ପଡି ହେଇଛି ମୃତ୍ୟୁ ।

116

କନକ ବ୍ୟୁରୋ: ଅନୁଗୁଳ ଛେଣ୍ଡିପଦାରେ ଦେହୁରୀ ସାହି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼ । ଛାତ ଉପରୁ ପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ନେଇ ସୂଚନା ଦେଇଛନ୍ତି ଅନୁଗୁଳ ଏସପି ଉମାଶଙ୍କର ଦାସ । ଶବ ବ୍ୟବଚ୍ଛେଦ ଓ ସାଇଣ୍ଟିଫିକ ରିପୋର୍ଟ ପରେ ଅଧିକ ତଥ୍ୟ ମିଳିପାରିବ । ଜେରଙ୍ଗ ଗାଁର ବିଭୁତି ଭୂଷଣ ଗଡ଼ନାୟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ରକ୍ତାକ୍ତ ଅବସ୍ଥାରେ ଗାଁ ଦାଣ୍ଡରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ପୂର୍ବରୁ ନିର୍ବାଚନରେ ଟଙ୍କା ଖର୍ଚ୍ଚକୁ ନେଇ ନେଇ ଗଣ୍ଡଗୋଳ ହୋଇଥିଲା । ଥାନାରେ ଟଙ୍କା ଖର୍ଚ୍ଚକୁ ନେଇ ହୋଇଥିବା ଗଣ୍ଡଗୋଳର ସମାଧାନ ବି କରାଯାଇଥିଲା । ହେଲେ ଏହାପରେ ତାଙ୍କ ମୃତଦେହ ଗାଁ ଦାଣ୍ଡରେ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।