ନିମାପଡ଼ାରେ ନିର୍ବାଚନୀ ହିଂସା । ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ଗାଡ଼ି ଉପରେ ଆକ୍ରମଣ । ଦୁଇ ବିଜେପି କର୍ମୀଙ୍କୁ ବାନ୍ଧିଲା ପୋଲିସ ।

1,952

କନକ ବ୍ୟୁରୋ: ନିମାପଡ଼ାରେ ନିର୍ବାଚନୀ ହିଂସା, ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ଗାଡ଼ି ଉପରେ ବିଜେପି କର୍ମୀଙ୍କ ଆକ୍ରମଣ । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ରୁଦ୍ର ମହାରଥୀଙ୍କ ସହ ବିଜେଡିର ବରିଷ୍ଠ ନେତା । ନିମାପଡ଼ା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ପିପିଲି ବିଧାୟକ ରୁଦ୍ର ମହାରଥୀ ତମ୍ପାଲୋ ପଞ୍ଚାୟତରେ ସାଂଗଠନିକ ବୈଠକ ସାରି ଫେରୁଥିବା ବେଳେ ତେରୁଣ୍ଡିଆ ମଠସାହି ଠାରେ ତାଙ୍କ ଗାଡି ଉପରେ ବିଜେପି କର୍ମୀ ମାନେ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି ।

ଏହି ଆକ୍ରମଣରେ ବିଧାୟକଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ, ଗାଡ଼ି ଡ୍ରାଇଭର ଏବଂ ତାଙ୍କର କେତେ ଜଣ ସମର୍ଥକ ଅଳ୍ପକେ ବର୍ତ୍ତିର୍ି ଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ଦୁଇ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଏହା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ନିଜ ଅଞ୍ଚଳ, ତାଙ୍କ ନିର୍ଦ୍ଦେଶରେ ହିଁ ଏହି ଆକ୍ରମଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛି ବିଜେଡି । ବିଜେଡିର ଲୋକପ୍ରିୟତାକୁ ସହ୍ୟ କରି ନପାରି ପରାଜୟ ଭୟରେ ବିଧାୟିକା ପ୍ରାର୍ଥୀ ଏହି ଆକ୍ରମଣ କରାଇଥିବା ବିଜେଡିର ବରିଷ୍ଠ ନେତା ମାନେ ଅଭିଯୋଗ କରିଛନ୍ତି ।