୫୦ କୋଟି ଠକେଇ ଅଭିଯୋଗରେ ଭୁବନେଶ୍ୱରର ମୋହନ ପରିଡ଼ାକୁ ଗିରଫ କଲା ଇଓଡବ୍ଲୁ । ୩ମାସରେ ଦୁଇଗୁଣା ଟଙ୍କା ଦେବାକୁ କହି ଲୁଟୁଥିଲା ଅଭିଯୁକ୍ତ

625

କନକ ବ୍ୟୁରୋ: ୫୦ କୋଟି ଠକେଇ ଅଭିଯୋଗରେ ଭୁବନେଶ୍ୱରର ମୋହନ ପରିଡ଼ାକୁ ଗିରଫ କରିଛି ଇଓଡବ୍ଲୁ । ୱେ ଟୁ ଆଡ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମାଲିକ ମୋହନ ପରିଡ଼ା ୩ ମାସରେ ଦୁଇଗୁଣା ଟଙ୍କା ଦେବାକୁ କହି ଠକେଇ କରିଛନ୍ତି । ଏହି କମ୍ପାନୀ ୨୦୨୦ରୁ ୨୦୨୩ମଧ୍ୟରେ ୨ଟି ସ୍କିମ ମାଧ୍ୟମରେ ମାସକୁ ୨୬ ପ୍ରତିଶତ ଟଙ୍କା ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲେ । ଯାହାକି ଜମାକାରୀ ୩ମାସରେ ଜମା ଟଙ୍କାର ଦୁଇଗୁଣା ଟଙ୍କା ପାଇବା ନେଇ ପ୍ରତିଶ୍ରୁତି ପାଇଥିଲେ । ପ୍ରଥମେ କିଛି ଜମାକାରୀ ଟଙ୍କା ଫେରସ୍ତ ପାଇବା ପରେ ଏଥିରେ ଅଧିକରୁ ଅଧିକ ଟଙ୍କା ଜମା କରିଥିଲେ । ଏହିପରି ଭାବେ ଓଡ଼ିଶାରୁ ପାଖାପାଖି ୫୦କୋଟି ଟଙ୍କା ଠକି ଫେରାର ହୋଇଯାଇଥିଲା । ଏନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲୁରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏନେଇ ତଦନ୍ତ କରିବା ପରେ ସମସ୍ତ ପ୍ରମାଣ ଆଧାରରେ ମୋହନକୁ ଗିରଫ କରାଯାଇଛି । ପାଖାପାଖି ୨ହଜାର ଲୋକଙ୍କ ଠାରୁ ଏହି ଠକେଇ ହୋଇଛି ।