କିଛିିଦିନ ତଳେ ଜୟନ୍ତ ଚୌଧୁରୀଙ୍କ ପାର୍ଟିରୁ ଦେଇଥିଲେ ଇସ୍ତଫା । ଆଜି ଧରିଲେ କଂଗ୍ରେସ ହାତ

1,563

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ କଂଗ୍ରେସ ଶକ୍ତିଶାଳୀ ହୋଇଛି । ଆରଏଲଡିରୁ ଇସ୍ତଫା ଦେଇଥିବା ଦଳିତ ଯୁବନେତା ପ୍ରଶାନ୍ତ କନୌଜିୟା ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ଲୋକସଭା ନିର୍ବାଚନ ପ୍ରଚାର ଭିତରେ ସେ ଜୟନ୍ତ ଚୌଧୁରୀଙ୍କ ଆରଏଲଡିରୁ ଇସ୍ତଫା ଦେଇଥିଲେ । ଏହି ଇସ୍ତଫା ଜୟନ୍ତ ଚୌଧୁରୀଙ୍କୁ ବଡ ଝଟକା ଲାଗିଥିଲା ।

ପ୍ରଶାନ୍ତ ଆରଏଲଡିରୁ ଇସ୍ତଫା ଦେବା ପରେ ଜୟନ୍ତ ଚୌଧୁରୀଙ୍କ ଉପରେ ପ୍ରବଳ ବର୍ଷିଥିଲେ । ସେ କହିଥିଲେ କି, ରାଜନୀତି କରିବା ଓ କ୍ଷମତା ଦଖଲ କରିବା ଆଳରେ ସେ ଦେଶର କୃଷକ, ଅଳ୍ପସଂଖ୍ୟକ ଓ ଦଳିତଙ୍କୁ ଧୋକ୍କା ଦେଇପାରିବେ ନାହିଁ । ୭ ଶହ କୃଷକଙ୍କ ଜୀବନଦାନକୁ ଜୟନ୍ତ ଚୌଧୁରୀ ଭୁଲିଯାଇ ପାରନ୍ତି, ହେଲେ ସେ ଭୁଲି ପାରିବେ ନାହିଁ ବୋଲି ସ୍ପଷ୍ଟ କହିଥିଲେ । ଏହାସହ ସେ ଜୟନ୍ତ ଚୌଧୁରୀଙ୍କ ମଧ୍ୟ ପ୍ରଶଂସା କରିଥିଲେ । ସେ କହିଥିଲେ କି, ମୋତେ ଏତେ କମ୍ ବୟସରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅଧ୍ୟକ୍ଷ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଉଛି ।

ଉତର ପ୍ରଦେଶ ରାଜନୀତି ଏବେ ବେଶ୍ ରୋଚକ ହେଉଛି । କିଛି ନିର୍ବାଚନ ବିଶ୍ଳେଷକ କହିଛନ୍ତି କି, ଉତର ପ୍ରଦେଶରେ ବିଜେପିର ଶକ୍ତି ହ୍ରାସ ପାଇବାରେ ଲାଗିଛି । ୨୦୧୯ ନିର୍ବାଚନ ତୁଳାନରେ ୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେପିର ସାଂସଦ ସଂଖ୍ୟା କମିବ । ଏସବୁ ଭିତରେ ଜଣେ ଦଳିତ ଯୁବନେତା କଂଗ୍ରେସରେ ଯୋଗଦେବା କଂଗ୍ରେସ ପାଇଁ ଲାଭଦାୟକ ହୋଇପାରେ ।