କନକ ବ୍ୟୁରୋ: ବୁଥ ଭିତରେ ଇଭିଏମ ଭାଙ୍ଗିବା ଅଭିଯୋଗ ଘଟଣାରେ ସାମ୍ନାକୁ ଆସିଛି ସିସିଟିଭି ଚିତ୍ର । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ସିସିଟିଭି ଫୁଟେଜ ଜାରି କରିଛନ୍ତି । ଯେଉଁଥିରେ ବୁଥ ଭିତରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦେଖିବାକୁ ମିଳୁଛି । ସେହିପରି ଲୋକସଭା ପାଇଁ ଉଦ୍ଧିଷ୍ଠ ମତଦାନ ବଖରାକୁ ଯାଇ ଫେରିଆସି ବିଧାନସଭା ପାଇଁ ଥିବା କ୍ୟାବିନେଟକୁ ଯାଉଛନ୍ତି । କିଛି ସମୟ ପରେ ଇଭିଏମ ପଡ଼ିଯାଉଥିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଇଭିଏମ ଭଙ୍ଗା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ କୌଣସି ଭୂମିକା ନଥିବା କହି ଏହି ଭିଡିଓ ଜାରି କରିଛନ୍ତି ଅପରାଜିତା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ କାଉଁରିପାଟଣା ପୋଲିଂ ବୁଥରେ ଇଭିଏମ ଭାଙ୍ଗିବା ନେଇ ଅଭିଯୋଗ ଆସିଥିଲା । ଆଉ ଏହି ଘଟଣାରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ।
ଇଭିଏମ ଭାଙ୍ଗିବା ଅଭିଯୋଗ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଭିଡିଓ । ଦେଖନ୍ତୁ, ଏହି ଭିଡିଓ...
/kanak/media/post_attachments/wp-content/uploads/2024/05/2-54.jpg)