ବିସିସିଆଇକୁ ୩,୪୦୦ ଫେକ୍ ଆପ୍ଲିସେକନ୍: ହେଡ୍ କୋଚ ପାଇଁ ନରେନ୍ଦ୍ର ମୋଦୀ, ଧୋନୀ, ଶାହାରୁଖ ଖାନଙ୍କ ନାଁରେ ଆସିଛି ଫର୍ଜି ଆବେଦନ

172

କନକ ବ୍ୟୁରୋ: ବିସିସିଆଇକୁ ଟିମ ଇଣ୍ଡିଆର ହେଡ କୋଚ ପାଇଁ ୩୪୦୦ ଫର୍ଜି ଆପ୍ଲିକେସନ ମିଳିଛି । ଏଥିରେ ବଡ ବଡ ସେଲିବ୍ରିଟିଙ୍କ ନାଁରେ ଦରଖାସ୍ତ ଆସିଛି । ଟିମ ଇଣ୍ଡିଆର ହେଡ କୋଚ ପାଇଁ ଆବେଦନ କରିବାର ଶେଷ ତାରିଖ ମେ ୨୭ ରହିଥିଲା । ଯାଞ୍ଚରେ ବିସିସିଆଇକୁ ଜଣାପଡିଥିଲା କି ତାଙ୍କୁ ନରେନ୍ଦ୍ର ମୋଦୀ, ଅମିତ ଶାହା, ବୀରେନ୍ଦ୍ର ସେହୱାଗ, ଶାହାରୁଖ ଖାନ, ସଚିନ ତେନ୍ଦୁଲକର, ଏମଏସ ଧୋନୀଙ୍କ ବ୍ୟତୀତ କିଛି ଅନ୍ୟ ନାଁ ବି ସାମିଲ ଅଛି । ଯାହାକୁ ବିସିସିଆଇ ଫର୍ଜି ବୋଲି କହିଛି ।

ବିସିସିଆଇ ପୁରୁଷ କ୍ରିକେଟ ଟିମ ପାଇଁ ମୁଖ୍ୟ କୋଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଉ ବିସିସିଆଇ ପାଇଁ ଫର୍ଜି ଆବେଦନ କୌଣସି ନୂଆ କଥା ନୁହେଁ । ଗତଥର ବି ବିସିସିଆଇକୁ ଅନେକ ଫର୍ଜି ଆବେଦନ ମିଳିଥିଲା । ହେଡ କୋଚ ଆବେଦନ ପାଇଁ ବିସିସିଆଇ ଗୁଗୁଲ ଡକ୍ୟୁମେଣ୍ଟ ଫର୍ମ ଅନଲାଇନ ଜାରି କରିଥିଲା । ଯେଉଁଥିପାଇଁ ଅନେକ ଆବେଦନ ଆସିଥିଲା ।

ବିସିସିଆଇ କହିବାନୁସାରେ, ଆବେଦନ ପ୍ରକ୍ରିୟା ପବ୍ଲିକ ଡୋମେନ ରହିଛି । ଏଥିରେ ଅନେକ ଲୋକ ସହଜରେ ବିସିସିଆଇର ୱେବସାଇଟରେ ଉପଲବ୍ଧ ଥିବା ଫର୍ମକୁ ଭରିଦେଇଛନ୍ତି । ଆଗକୁ ଏହି ସବୁ ଜିନିଷକୁ କମ କରିବା ଦିଗରେ ଚିନ୍ତା କରାଯିବ ।

ଟିମ ଇଣ୍ଡିଆର ଯିଏ ହେଡ କୋଚ ହେବ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ହେବ । ଯାହା ୧ ଜୁଲାଇ ୨୦୨୪ରୁ ୩୧ ଡିସେମ୍ବର ୨୦୨୭ ଯାଏଁ ରହିବ । ସେହିପରି ଟିମ ଇଣ୍ଡିଆର ଯିଏ ହେଡ କୋଚ ହେବେ ତାଙ୍କ ସହ ୧୪-୧୬ ଜଣିଆ ସପୋର୍ଟ ଟିମ ବି ରହିବ ।

ଟିମ ଇଣ୍ଡିଆର କୋଚ ହେବାର କଣ ରହିଛି ସର୍ତ୍ତ?
-ଆବେଦନକାରୀ ଅତିକମରେ ୩୦ ଟେଷ୍ଟ ମ୍ୟାଚ, ୫୦ ଦିନିକିଆ ମ୍ୟାଚ ଖେଳିଥିବେ, କିମ୍ବା କୌଣସି ଫୁଲ ମେମ୍ବର ଟେଷ୍ଟ ପ୍ଲେଇଙ୍ଗ ନେଲସନର ହେଡ କୋଚ ୨ ବର୍ଷ ପାଇଁ ରହିଥିବେ ।
-କିମ୍ବା କୌଣସି ଆସୋସିଏଟ ସଦସ୍ୟ/ ଆଇପିଏଲ ଟିମ କିମ୍ବା ସମକକ୍ଷ ଇଣ୍ଟରନ୍ୟାସନାଲ ଟିମ/ ଫାଷ୍ଟ କ୍ଲାସ ଟିମ୍/ ନ୍ୟାସନାଲ ଏ ଟିମର ହେଡ କୋଚ ନ୍ୟୁନତମ ୩ବର୍ଷର ଅବଧି ରହିଥିବେ ।
-ବିସିସିଆଇ ଲେବଲ ୩ ସାର୍ଟିଫିକେସନ ସମକକ୍ଷ ହେବା ଦରକାର । ବୟସ ୬୦ ବର୍ଷରୁ କମ ହୋଇଥିବା ଦରକାର ।