ପଞ୍ଜାବ କୃଷକଙ୍କ ଅଜବ ଯୋଗାଡ, ୨ ମହଲା ଘର ଘୁଞ୍ଚାଇଲେ ୫ଶହ ଫୁଟ୍

413

କନକ ବ୍ୟୁରୋ : ପଞ୍ଜାବ ସଂଗରୁରରେ ଦେଖିବାକୁ ମିଳିଛି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଏଠାରେ ଜଣେ କୃଷକ ନିଜର ୨ ମହଲା କୋଠାକୁ ସୁରକ୍ଷିତ ଭାବେ ୫୦୦ ଫୁଟ ଦୂରକୁ ଉଠାଇ ନେଇଛନ୍ତି । ସୂଚନା ମୁତାବକ କୃଷକଙ୍କ ଘର ଯେଉଁଠାରେ ଥିଲା ସେହି ବାଟଦେଇ ଏକ ଏକ୍ସପ୍ରେସ ୱେ ଯିବ । ଏନେଇ ସରକାର ଜାଗା ଖାଲି କରାଉଛନ୍ତି । ଏହି କ୍ରମରେ ଏହି ୨ ମହଲା କୋଠା ଭାଙ୍ଗିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏନେଇ ପଞ୍ଜାବ ସରକାର ଘର ମାଲିକଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ । ହେଲେ ଏଥିରେ ରାଜି ହୋଇ ନଥିଲେ ଘର ମାଲିକ । ଘର ମାଲିକ ଜିଦ୍ ଧରିଥିଲେ କି ସେ ତାଙ୍କ ଘର ଭାଙ୍ଗିବାକୁ ଦେବେ ନାହିଁ । ଏହାପରେ ସେ ନିଜ ଘରକୁ ଘୋଷାଡି ଘୋଷାଡି ନେବାକୁ ଯୋଜନା କରିଥିଲେ ।

ଏନେଇ କୃଷକ ଜଣଙ୍କ କିଛି ସ୍ୱତନ୍ତ୍ର କାରିିଗରଙ୍କ ସହାୟତାରେ ଏହା କରିବାକୁ ସକ୍ଷମ ହୋଇଛନ୍ତି । ଏବେ କୃଷକ ଜଣଙ୍କ କାରିଗରଙ୍କ ସହାୟତାରେ ଏପର୍ଯ୍ୟନ୍ତ ଏହି ଦୁଇମହଲା କୋଠାଟିକୁ ୨୫୦ ଫୁଟ୍ ଘୁଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ଏନେଇ କୃଷକ ଜଣଙ୍କ କହିଛନ୍ତି କି ଘରଟିକୁ ୫୦୦ ମିଟର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ହେବ ।

ସୂଚନା ଥାଉକି ଏହି ଘରଟି କୃଷକ ସୁଖବିନ୍ଦର ସିଂ ସୁଖୀଙ୍କର । ସେ ନିଜ ଜମିରେ ଏହି ଦୁଇମହଲା କୋଠା ନିର୍ମାଣ କରିଥିଲେ । ହେଲେ ସରକାର ଏହି ଜମି ଉପରେ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି କରିବା ପରେ ଅସୁବିଧାରେ ପଡିଥିଲେ ସୁଖବିନ୍ଦର ।