ବିଞ୍ଝାରପୁରରେ ଗର୍ଜିଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ‘ଗରୀବଙ୍କ ଘର ପାଇଁ ମୋଦୀ ପଠାଇଥିବା ଟଙ୍କାକୁ ଯିଏ ଚୋରି କରିଛି ତାକୁ ଜେଲ ପଠାଯିବ’ । ।

99

କନକ ବ୍ୟୁରୋ: ଆଜି ଲଗାତାର ପ୍ରଚାର କ୍ରମରେ ଯାଜପୁର ବିଞ୍ଝାରପୁରରେ ଦଳୀୟ ଏମପି ପ୍ରାର୍ଥୀ ରବିନ୍ଦ୍ରନାଥ ବେହେରା, ଓ ବିଧାୟକ ପ୍ରାର୍ଥୀ ବବିତା ମଲ୍ଲିକଙ୍କ ପାଇଁ ଭୋଟ ଅପିଲ କରିଛନ୍ତି  । ଏହା ସହ କହିଛନ୍ତି, ‘ଗରୀବ ଲୋକଙ୍କ ଘର ପାଇଁ  ମୋଦୀ ପଠାଇଥିବା ଘର ଏଯାଏଁ ହଜାର ହଜାର ବିଞ୍ଝାରପୁରବାସୀଙ୍କୁ ମିଳିନି ।  ଜୁନ୍ ୧୦ରେ ବିଜେପି ସରକାର ହେବ । ଏହାପରେ ଇନକ୍ୱାରୀ କରାଯାଇ ଏ ଅର୍ଥକୁ ଚୋରି କରିଥିବା ଲୋକଙ୍କୁ  ଜେଲ ପଠାଯିବ’ ।

୨୫ ବର୍ଷର ଶାସନରେ ଅପରାଗ, ସ୍ଥାଣୁ ପାଲଟିଛି । ଗୁମାସ୍ତାଙ୍କର ସରକାର ପାଲଟିଛି , କ୍ରିିତଦାସଙ୍କ ସରକାର ହୋଇଛି । ନବୀନ ପଟନାୟକଙ୍କୁ  ସାଢେ ୪ କୋଟି ଓଡିଆଙ୍କ ଭିତରୁ କେହି ମିଳିଲେନି ଯେ, ଭଡାରେ ତାମିଲନାଡୁରୁ ନେତା ଆଣି ସରକାର ଚଳାଉଛନ୍ତି । ଏହାକୁ ବିଞ୍ଝାରପୁର ସହ୍ୟ କରିବ ନାହିଁ । ଓଡିଶାର ନେତା ଓଡିଶାର ହେବ । ଓଡିଶାରେ ବିଜେପି ସରକାର ହେବ, ଦେଶରେ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବେ’ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।