ସମଲିଙ୍ଗୀ ବିବାହ ମାମଲା : କାହିଁକି ଅନୁମତି ପାଇଁ ହେଉଛି ଦାବି ?

185

କନକ ବ୍ୟୁରୋ : ସମଲିଙ୍ଗୀ ବିବାହ ମାମଲାର ଆଜି ଶୁଣାଣି କରିବେ କେନ୍ଦ୍ର ସରକାର । କିନ୍ତୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରିଛନ୍ତି । ଏହା ଭାରତୀୟ ବିବାହ ଓ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ମୋଦୀ ସରକାର । ସମଲିଙ୍ଗୀ ବିବାହକୁ ଭାରତୀୟ ବିବାହ ପରମ୍ପରା ସହିତ ତୁଳନା କରାଯାଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ବିବାହ କହିଲେ ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ମଧ୍ୟରେ ମିଳନ ଅପରିହାର୍ଯ୍ୟ ବୋଲି ବୁଝାଯାଏ । ଏହି ସଂଜ୍ଞା ସାମାଜିକ, ସାଂସ୍କୃତିକ ଓ ଆଇନଗତ ଭାବେ ବିବାହର ଅବଧାରଣା ହୋଇ ରହିଆସିଛି । ଏହାକୁ ନ୍ୟାୟିକ ବ୍ୟାଖ୍ୟା ଦ୍ୱାରା ବଦଳାଇବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ସ୍ୱତନ୍ତ୍ର ବିବାହ ଅଧିନିୟମ ୧୯୫୪ ଅନୁଯାୟୀ ଇଂଟରକାଷ୍ଟ, ଇଂଟରରିଲିଜିଅନ ବା ଧର୍ମ ବିବାହ ପଞ୍ଜିକୃତ ହେଉଛି । ଏବେ ସମଲିଙ୍ଗୀ ବିବାହକୁ ସ୍ୱତନ୍ତ୍ର ବିବାହ ଅଧିନିୟମ ୧୯୫୪ ଅନୁଯାୟୀ ପଞ୍ଜୀକୃତ କରାଯାଇପାରିବ କି ନାହିଁ ଆଜି କେନ୍ଦ୍ର ସରକାର କୋର୍ଟରେ ସ୍ପଷ୍ଟ କରିବେ ।

ବିବାହର ସଂଜ୍ଞା କ’ଣ ?

ସମଲିଙ୍ଗୀ ସଂପର୍କ ଆଇପିସିର ଧାରା ୩୭୭ ଅନୁଯାୟୀ ଅପରାଧ ନୁହେଁ
ସମଲିଙ୍ଗୀ ସଂପର୍କ ବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ
ଏହାପରେ ବିବାହକୁ ଆଇନରେ ମାନ୍ୟତା ଦେବାକୁ ଦାବି ଉଠିଛି
ଏଲଜିବିଟି-କ୍ୟୁ କମ୍ୟୁନିଟି ବିବାହକୁ ମାନ୍ୟତା ଦେବାକୁ ଦାବି କରୁଛନ୍ତି
କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛନ୍ତି
ଭାରତୀୟ ପରମ୍ପରାରେ ପୁରୁଷ-ମହିଳା ଏବଂ ତାଙ୍କର ସନ୍ତାନକୁ ନେଇ ପରିବାର
ପୁଅ-ଝିଅ ମଧ୍ୟରେ ବିବାହକୁ ସ୍ୱୀକୃତି ମିଳିପାରିବ କହିଛି କେନ୍ଦ୍ର
ଭିନ୍ନ ଲିଙ୍ଗରେ ବିବାହକୁ ହିଁ ଆଦର୍ଶ ରୂପରେ ଦେଖାଯାଇଛି
ସମଲିଙ୍ଗୀ ବିବାହ ଭାରତୀୟ ପରମ୍ପରା-ବିରୋଧୀ
କେନ୍ଦ୍ର କେବଳ ପୁରୁଷ ଓ ମହିଳାଙ୍କ ବିବାହକୁ ମାନ୍ୟତା ଦେବାକୁ ଇଚ୍ଛୁକ
ଅନ୍ୟ କୌଣସି ପ୍ରକାର ବିବାହକୁ ମାନ୍ୟତା ଦିଆଯିବା ଉଚିତ ନୁହେଁ
ସାମ୍ପ୍ରତିକ ସାମାଜିକ ସ୍ଥିତି ଅନୁସାରେ ବିଭିନ୍ନ ପ୍ରକାର ବିବାହ ଓ ସମ୍ବନ୍ଧ ପ୍ରଚଳିତ
କେନ୍ଦ୍ର କେବଳ ବିଷମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ପ୍ରସ୍ତୁତ
ସମଲିଙ୍ଗୀ ବିବାହକୁ ବେଆଇନ ବୋଲି କହି ନାହାନ୍ତି ସରକାର

କାହିଁକି ଅନୁମତି ପାଇଁ ଦାବି ?

ସ୍ୱୀକୃତି ନମିଳିଲେ ସମଲିଙ୍ଗୀ ଦମ୍ପତି ଅସୁରକ୍ଷିତ ଅନୁଭବ କରୁଛନ୍ତି
ସମଲିଙ୍ଗୀ ବିବାହରେ ଜଡିତ ଦମ୍ପତି ସୁରକ୍ଷା ଆବଶ୍ୟକ କରୁଛନ୍ତି
ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିଲେ କାହାରି କ୍ଷତି ହେବ ନାହିଁ
ଏହା ସେହି ଲୋକମାନଙ୍କୁ ସାମାଜିକ ସୁରକ୍ଷା ଦେବ
ବିଶ୍ୱର ୩୦ଟି ଦେଶରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି
ଫ୍ରାନ୍ସ, ଫିନଲ୍ୟାଣ୍ଡ, ଡେନମାର୍କ, କ୍ୟୁବା, କାନାଡା, ବ୍ରାଜିଲ
ଅଷ୍ଟ୍ରେଲିଆ, ଜର୍ମାନୀ, ମାଲ୍ଟା, ଆର୍ଜେଂଟିନା, ଦକ୍ଷିଣ ଆଫ୍ରିକା
ତାଇୱାନ, ବ୍ରିଟେନ, ଆମେରିକା ହେଉଛି ମୁଖ୍ୟ ଦେଶ
ଏହି ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ଅନୁମତି
ଅଧିକାଂଶ ଦେଶ ପଶ୍ଚିମ ୟୁରୋପ ଏବଂ ଆମେରିକାର
ଏସିଆ ମହାଦେଶରୁ ତାଇୱାନ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଛି
ଏସିଆରେ ସମଲିଙ୍ଗୀ ବିବାହକୁ ନେଇ ବିବାଦ ରହିଛି
ସେପ୍ଟେମ୍ବର ୨୦୧୮ରେ ସୁପ୍ରିମକୋର୍ଟ ଧାରା ୩୭୭ର କିଛି ଅଂଶକୁ ଅବୈଧ କରିଥିଲେ
ସେବେଠୁ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଯୌନ ସମ୍ପର୍କ ଅପରାଧ ଶ୍ରେଣୀରୁ ବାଦ ପଡିଥିଲା