ସେକ୍ସ ସ୍କାଣ୍ଡାଲ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ୱଳ ରେବନ୍ନାଙ୍କ ପ୍ରଥମ ବୟାନ । କହିଲେ, ମେ ୩୧ ତାରିଖରେ ଏସଆଇଟି ସାମ୍ନାରେ ହେବି ହାଜର

168

କନକ ବ୍ୟୁରୋ : କର୍ଣ୍ଣାଟକ ଜେଡିଏସ୍ ସାଂସଦ ତଥା ୩ ହଜାର ସେକ୍ସ ଭିଡିଓ ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ୱଳ ରେବନ୍ନାଙ୍କ ପ୍ରଥମ ବୟାନ ଆସିଛି । ସେ କହିଛନ୍ତି କି, ମେ ୩୧ ତାରିଖରେ ଏସଆଇଟି ସାମ୍ନାରେ ହାଜର ହେବେ । ୩ହଜାର ସେକ୍ସ ଭିଡିଓ ମାମଲା ସାମ୍ନାକୁ ଆସିବା ପରେ ଏହି ସାଂସଦ ଭାରତରୁ ପଳାୟନ କରିଥିଲେ । ହେଲେ ଏନେଇ ଏସଆଇଟିର ବାରମ୍ବାର ସମନ ଓ ନିଜ ପରିବାର ସମର୍ଥନ କରୁନଥିବା ଦେଖି ପ୍ରଜ୍ୱଳ ରେବନ୍ନା ଭାରତ ଫେରିପାରନ୍ତି । ଏନେଇ ପ୍ରଜ୍ୱଳ କହିଛନ୍ତି କି, ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର କରାଯାଇଛି, ଏହା ସହ ସେ କହିଛନ୍ତି କି, ତାଙ୍କ ନିର୍ବାଚନ କ୍ଷେତ୍ର ହାସନର କିଛି ଶକ୍ତି ତାଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରିଛନ୍ତି । ହେଲେ ଏହି ଷଡଯନ୍ତ୍ରକୁ ନାକାମ କରିବାକୁ ସେ ମେ’୩୧ ତାରିଖ ସକାଳ ୧୦ ଟାରେ ଏସଆଇଟି ସାମ୍ନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କି, ମୋର ନ୍ୟାୟପାଳିକା ଉପରେ ଭରସା ରହିଛି, ଏହା ମୋ ବିରୋଧରେ ମିଥ୍ୟା ମାମଲା ।

କେବଳ ସେତିକି ନୁହେଁ ସେ ପଳାୟନ କରିବା ପରେ କେଉଁଠି ରହୁଛନ୍ତି ସେ ନେଇ ପରିବାର ଲୋକ ଓ ପାର୍ଟି କର୍ମକର୍ତ୍ତାକୁ ସୂଚନା ଦେଇ ନଥିବାରୁ ଏନେଇ ସେ କ୍ଷମାପ୍ରାର୍ଥନା କରିଛନ୍ତି ।