ଭୟ ଦେଖାଇ ଭୋଟ୍ ମାଗୁଛି କିଏ? ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପରେ କଂଗ୍ରେସର ପାଲଟା ଅଭିଯୋଗ ।

113

କନକ ବ୍ୟୁରୋ: ଭୋଟ୍ ହାତେଇବା ପାଇଁ ଭୟ । ଜନତାଙ୍କୁ ଭୟ ଦେଖାଇ ଭୋଟ୍ ମାଗୁଥିବା ନେଇ ଅଭିଯୋଗ ଆଣିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରି କହିଛନ୍ତି , ଏମାନେ କ୍ଷମତାକୁ ଆସିଲେ ଦଳିତ ଆଦିବାସୀ ଏବଂ ଓବିସିଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ଉଠାଇଦେବେ । ଆଦିବାସୀ ଏବଂ ଓବିସିଙ୍କ ପାଇଁ ଥିବା ସଂରକ୍ଷଣ କାଟିଦେଇ ସଂଖ୍ୟାଲଘୁଙ୍କୁ ଦେବା ପାଇଁ ଇଣ୍ଡିଆ ମେଣ୍ଟ ଯୋଜନା କରୁଥିବା ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ବିଜେପି ପୁଣି ଫେରି କ୍ଷମତାକୁ ଆସିଲେ ସମ୍ବିଧାନ ସଙ୍କଟଘେରକୁ ଚାଲିଯିବ ବୋଲି ଅଭିଯୋଗ କରିଛି । ବିଜେପି ଯେଉଁ ୪ଶହ ପାର ନାରା ଦେଉଛି କେବଳ ତାହା ସମ୍ବିଧାନ ପରିବର୍ତ୍ତନର ଉଦ୍ୟମ ପାଇଁ ଏଭଳି ନାରା ଦେଉଛି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି । ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ଭୋଟ୍ ଦେବା ପାଇଁ ଅପିଲ କରୁଛି କଂଗ୍ରେସ ।