ନିମାପଡାରେ ରୋଚକ ହେଉଛି ରାଜନୀତି ,ଗଡ ଜଗିବାକୁ ୮ ସଂଯୋଜକ ନିୟୋଜିତ କଲା ବିଜେଡି ।

677

କନକବ୍ୟୁରୋ:କଣ ରହିବ ନିମାପଡା ରାଜନୀତି ସମୀକରଣ । ବଦଳିବ କି ମୋଡ ।  ବିଜେଡିକୁ ଘାରିଛି ନିମାପଡା ଚିନ୍ତା । ପୁବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡିର ରଣନୀତି ଆରମ୍ଭ ହୋଇଛି । ବିଭିନ୍ନ ଦଳ ରାଜନୀତିକୁ ଲକ୍ଷ୍ୟ କରି ନିଜ ନିଜ ପତିଆରା  ନିମାପଡାରେ ଆରମ୍ଭ କରିଦେଇଛନ୍ତି । ନିମାପଡା ରାଜନୀତିକୁ ଫୋକସ କରିବା ପାଇଁ ବିଜେଡି ଦଳ ୮ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ସେମାନେ ହେଉଛନ୍ତି ସୁଭାଶିଷ ଖୁଣ୍ଟିଆ,ଉମାକାନ୍ତ ସାମନ୍ତରାୟ ରୁଦ୍ର ପ୍ରତାପ ମହାରଥୀ , ରମା ରଂଜନ ବଳିଆର ସିଂ ,ସଂଗ୍ରାମ ପାଇକରାୟ କମଳ ପାତ୍ର,ସୁନୀଲ ମହାନ୍ତି ଓ ଦିବାକର ପାତ୍ର ।

ସେପଟେ ନିମାପଡାରେ ଶେଷ ପଯ୍ୟାୟରେ ପଡିବ ଭୋଟ ସେଠୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପି ନୀୟକ । ତିନି ତିନି ଥର ନିମାପଡାରେ ବିଧାୟକ ପ୍ରାର୍ଥୀ ହୋଇଥିବା ସମୀର ରଂଜନ ଦାଶଙ୍କୁୁ ବିଜେଡି ଟିକେଟ ଦେଇନଥିବା ବେଳେ ଦଳରୁ ସେ ନିଜେ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ଏଥିସହ ସେ ଦଳ ଛାଡିବା ପରେ ମଧ୍ୟ କହିଥିଲେ ଦଳ ପାଇଁ ଏତେ ନିସ୍ୱାର୍ଥପର କାମ କରିବା ପରେ ମଧ୍ୟ ମୋତେ ସୁପ୍ରିମୋ ବିଶ୍ୱାସ କରିନାହାନ୍ତି ତେଣୁ ମୁଁ ବାଧ୍ୟ ହୋଇ ଦଳ ଛାଡୁଛି ।

ଏହାପରେ ସେ ବିଜେପି ଦଳରେ ମିଶିଥିଲେ । କାରଣ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିବା କଥା ସେ କହିଥିଲେ । । ଏଥିସହ ସେ ବିଜେପିରେ ମିଶିବା ପରେ ନିମାପଡାରେ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଭାତି ପରିଡା ନିଶ୍ଚୟ ବିଜୟୀ ହେବେ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଏହାପରେ କେବଳ ଗୋଟିଏ କଥା ସାମ୍ନାକୁ ଆସୁଛି ବଦଳିଯିବ କି ନିମାପଡା ସମୀକରଣ । କଣ ରହିବ ଏହାର ରାଜନୈତିକ ସମୀକରଣ ତାହା ଉପରେ ଏବେ ସମସ୍ତଙ୍କ ନଜର । ବିଧାୟକ ସମୀର ଦାସ ବିଜେଡି ଛାଡ଼ି ବିଜେପି ଆସିବା ପରେ କଡ଼ା ଟକ୍କର ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି ।