ଶ୍ରୀରାମ +୨ ବିଜ୍ଞାନ କଲେଜର ଶତପ୍ରତିଶତ ଫଳାଫଳ ।

47

କନକବ୍ୟୁରୋ: ସୋର ପୌରପାଳିକା ଓଭରବ୍ରିଜ ନିକଟ ଶ୍ରୀରାମ +ଦୁଇ ବିଜ୍ଞାନ କଲେଜର ଚଳିତ ବର୍ଷ ଶତ ପ୍ରତିଶତ ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୨ଶହ ୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ସବୁ ଛାତ୍ରଛାତ୍ରୀ ଉର୍ତ୍ତୀଣ୍ଣ ହୋଇଛନ୍ତି । କଲେଜରେ ମୋଟ ୨୦୨ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନ କଲେଜରେ ୨୭ଜଣ ପାଇଛନ୍ତି ।

କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସୁଲଗ୍ନା ମହାରଣା ସେ ୫୩୯ ନମ୍ବର ରଖିଛନ୍ତି । ୫୩୭ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଗଣେଶ ସାହୁ ଓ ୫୩୬ ନମ୍ବର ରଖି ତୃତୀୟ ଅଧିକାର କରିଛନ୍ତି ସୌଭାଗ୍ୟ ଲକ୍ଷ୍ମୀ ବେହେରା । କଲେଜରେ ଶତପ୍ରତିଶତ ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରି ଦେଖାଦେଇଛି । ଏଥିସହ କଲେଜ ପରିଚାଳକ ଇନ୍ଦ୍ରଜିତ ଦେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।