ସରକାରୀ ବାସଗୃହ ଭଡ଼ାରେ ଲାଗିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସୁର । ଗୃହରେ ଉତ୍ତର ରଖିଲେ ନବୀନ ।

158

କନକ ବ୍ୟୁରୋ: ବଜେଟ୍ ପ୍ରଶ୍ନକାଳରେ ଗୃହରେ ଉଠିଲା ଭଡ଼ାରେ ସରକାରୀ ବାସଗୃହ ଲାଗିଥିବା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟ । ପଚାରିଲେ, ୟୁନିଟ୍-୮ର କ୍ୱାର୍ଟର ନମ୍ବର, ୨ଆରଏ-୪୧/୧ରୁ ୨ଆରଏ ୪୩/୪ ଏବଂ ୨ଆରବି-୧୬/୧ରୁ ୨ଆରବି-୧୪/୮ ମଧ୍ୟରୁ କେଉଁ କେଉଁ ଘର ଗୁଡ଼ିକ ଭଡ଼ାରେ ଲାଗିଛି ସେନେଇ ଉତ୍ତର ରଖିବେ କି ମୁଖ୍ୟମନ୍ତ୍ରୀ? ଯଦି ଏହା ସତ ତେବେ ଏନେଇ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି? କାରଣ ଭଡ଼ାରେ ରହୁଥିବାରୁ ସରକାରଙ୍କ ନିୟମକୁ ନମାନ ରାସ୍ତାର ଦୁଇପଟରେ କାର ଗୁଡ଼ିକ ପାର୍କିଂ ହେଉଥିବାରୁ ପ୍ରତିଦିନ ସେଠାରେ ଦୁର୍ଘଟଣା ଘଟୁଛି ।

ସୁରଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି କି, ୟୁନିଟ୍-୮ର କ୍ୱାର୍ଟର ନମ୍ବର, ୨ଆରଏ-୪୧/୧ରୁ ୨ଆରଏ ୪୩/୪ ଏବଂ ୨ଆରବି-୧୬/୧ରୁ ୨ଆରବି-୧୪/୮ ମୋଟ୍ ୪୪ଟି ସରକାରୀ ବାସଗୃହ ମଧ୍ୟରୁ ୬ଟିରେ allotteeମାନେ ରହୁନଥିବାର ଜଣାପଡ଼ିଛି ଏବଂ ସେମାନଙ୍କୁୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଉତ୍ତର ମିଳିଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି ।