ବିଡିଓଙ୍କ ବିଜ୍ଞାପନରେ ଶଙ୍ଖଚିହ୍ନକୁ ନେଇ ଘେରିଲା ବିରୋଧୀ। ବିରୋଧୀ ଦଳ ମୁଖ୍ୟ ସଚେତକ ଗୃହରେ ଉଠାଇଲେ ପ୍ରଶ୍ନ।

637

କନକ ବ୍ୟୁରୋ: ବିଧାନସଭାରେ ଉଠିଲା, କିଶୋର ନଗର ବିଡିଓଙ୍କ ବିଜ୍ଞାପନ ପ୍ରସଙ୍ଗ । କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରାଙ୍କ ବିଜ୍ଞାପନକୁ ନେଇ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନମାଝୀ, ଅଭିଯୋଗ ଆଣି କହିଛନ୍ତି- ଏଭଳି ବିଜ୍ଞାପନରୁ ପ୍ରମାଣିତ ହୋଇଯାଉଛି ଯେ, ସରକାରୀ କର୍ମଚାରୀମାନେ କିଭଳି ଦଳୀୟ କର୍ମଚାରୀ ଭାବେ କାମ କରୁଛନ୍ତି ।

ପଞ୍ଚାୟତିରାଜ ଦିବସରେ ଏକ ଖବରକାଗଜରେ ବିଜ୍ଞାପନ ଦେଇଥିଲେ କିଶୋର ନଜର ବିଡିଓ ବିନୋଦ ବେହେରା । ଏହି ବିଜ୍ଞାପନରେ ତାଙ୍କ ଫଟୋ ଗୋଟିଏ ପାଶ୍ୱର୍ରେ ଲାଗିଥିବା ବେଳେ ଅନ୍ୟପାଶ୍ୱର୍ରେ ବିଜେଡିର ଦଳୀୟ ଚିହ୍ନ ରହିଥିଲା । ଏହାକୁ ନେଇ ମୋହନ ମାଝୀ ଆଜି ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଏହା ସର୍ଭିସ କୋର୍ଡର ଖୋଲାଖୋଲି ଉଲ୍ଲଂଘନ । ତେବେ ବିଜେପିର ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳୀୟ ବିଧାୟକ ଦେବୀ ମିଶ୍ର କହିଛନ୍ତି- ଅଭିଯୋଗରେ କୌଣସି ଆଧାର ନାହିଁ ।