କେଉଁଠି ୫୦ ପାର ତ କେଉଁଠି ୪୮ ଡିଗ୍ରୀ ତାପମାତ୍ରା । ଅଂଶୁଘାତ ନେଲାଣି ୬୦ ଜୀବନ, ଜରୁରୀକାଳୀନ ବିଭାଗରେ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା

157

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗଣମାଧ୍ୟମର ରିପୋର୍ଟ ମୁତାବକ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ପାର କରିଛି । ସୋମବାର ଦିନ ପାଣିପାଗ ଏନେଇ ରେଡ୍ ଆଲର୍ଟ ଜାରି କରିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ନ୍ୟାସନାଲ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ ମାର୍ଚ୍ଚ ପହିଲାରୁ ଏପର୍ଯ୍ୟନ୍ତ ଦେଶରେ ୧୬ ହଜାରରୁ ଅଧିକ ଲୋକ ଅଂଶୁଘାତରେ ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତିଟି ଲୋକ ବଢୁଥିବା ତାପମାତ୍ରାକୁ ନେଇ ସଜାଗ ରହିବା ଜରୁରୀ । ଦିନରେ ପ୍ରଚୁରମାତ୍ରାରେ ପାଣି ପିଅନ୍ତୁ । ହାଲକା ରଙ୍ଗ ଓ ଢିଲା କପଡା ପରିଧାନ କରନ୍ତୁ । ବାହାରକୁ ବାହାରୁଥିଲେ ମୁଣ୍ଡ ସହ ପୁରା ଶରୀରକୁ ଢାଙ୍କି ରଖନ୍ତୁ । ମଦ, କଫି, ଚା’ ଆଦି ପିଇବା ବନ୍ଦ କରନ୍ତୁ ।