ବିହାରରେ ଇଣ୍ଡିଆ ମେଣ୍ଟର ଛିଡିଲା ଆସନ ବୁଝାମଣା । ଜାଣନ୍ତୁ କେତେ ଆସନରେ ଲଢିବ କେଉଁ ପାର୍ଟି

283

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଆଗକୁ ବଢିଛି । ଏହି କ୍ରମରେ ବିହାରରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ସରିଛି । ବିହାରରେ ରାଷ୍ଟ୍ରୀୟ ଜନତା ଦଳ ୨୬ଟି ଆସନରେ ନିର୍ବାଚନ ଲଢିବ । ସେହିଭଳି କଂଗ୍ରେସ ୯ଟି ଆସନରେ ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ବାମଦଳ ୫ଟି ଆସନରେ ନିର୍ବାଚନ ଲଢିବ ।

ଇଣ୍ଡିଆ ମେଣ୍ଟର ବିହାରରେ ଆସନ ବୁଝାମଣା ନେଇ ଦିଲ୍ଲୀରେ ବୈଠକ ବସିଥିଲା । ଏଥିରେ ଇଣ୍ଡିଆ ମେଣ୍ଟର ଅନେକ ପାର୍ଟିର ନେତୃତ୍ୱ ଯୋଗ ଦେଇଥିଲେ । ସୂଚନା ଥାଉକି ୨୦୧୯ ରେ ବି କଂଗ୍ରେସ ୯ଟି ଆସନରେ ନିର୍ବାଚନ ଲଢିଥିଲା, ଯାହା ମଧ୍ୟରୁ କେବଳ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ସେପଟେ ଆରଜେଡି ୨୦୧୯ ମସିହା ଲୋକସଭା ନିର୍ବାଚନରେ ବିହାରରେ ଗୋଟିଏ ବି ଆସନ ଜିତିପାରି ନଥିଲା । ବିହାରର ମୋଟ ୪୦ ଲୋକସଭା ଆସନ ମଧ୍ୟରୁ ଏନଡିଏ ୩୯ଟି ଆସନରେ ବିଜୟୀ ହୋଇଥିଲା । ତାହା ମଧ୍ୟରୁ ବିଜେପି ୧୭, ଏଲଜେପି ୬ ଓ ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ୧୬ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା ।