କଂଗ୍ରେସକୁ ପୁଣି ଝଟକା । ୧୭ ଶହ କୋଟିର ଟ୍ୟାକ୍ସ ନୋଟିସ୍ ପଠାଇଲା ଆୟକର ବିଭାଗ ।

548

କନକ ବ୍ୟୁରୋ: ଆକାଉଣ୍ଟ ଫ୍ରିଜ୍ ଘଟଣା ପରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା । ଏଥର ଆୟକର ବିଭାଗରୁ ମିଳିଛି ଝଟକା । ୨୦୧୭-୧୮ ଏବଂ ୨୦୨୦-୨୧ ଆକଳନ ବର୍ଷ ପାଇଁ କଂଗ୍ରେସ ଦଳକୁ ଆୟକର ବିଭାଗ ଜରିମାନା ଓ ସୁଧ ସମେତ ୧୭୦୦ କୋଟି ଟଙ୍କାର ନୋଟିସ୍ ଦେଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ।

ଆୟକର ବିଭାଗ ଦ୍ୱାରା ଟିକସ ପୁନର୍ବାର ମୂଲ୍ୟାୟନ ପ୍ରକ୍ରିୟା ବିରୋଧରେ କଂଗ୍ରେସର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବାର କିଛି ଘଣ୍ଟା ପରେ ଏହି ନୋଟିସ୍ ଜାରି କରାଯାଇଛି। ୨୦୧୪-୧୫ରୁ ୨୦୧୬-୧୭ ଆକଳନ ବର୍ଷ ପାଇଁ ଅନ୍ୟ ଏକ ଟ୍ୟାକ୍ସ ଇଭାଲୁଏସନ୍ ପ୍ରକ୍ରିୟାକୁ ଦଳ ଚ୍ୟାଲେଞ୍ଜ କରିଥିଲା, ଯାହାକୁ ଗତ ସପ୍ତାହରେ ଖାରଜ ମଧ୍ୟ କରାଯାଇଥିଲା।

ଏହା ପୂର୍ବରୁ ଦଳର ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥିଲା । ଫଳରେ ନିର୍ବାଚନ ପ୍ରଚାର କରିବାକୁ ଦଳ ପାଖରେ ୨ଟଙ୍କା ବି ନାହିଁ ବୋଲି ରାହୁଲ ଗାନ୍ଧୀ କହିଥିଲେ । ଏବେ ଏଭଳି ନୋଟିସ୍ ଦଳକୁ ଚିନ୍ତାରେ ପକାଇଛି ।