୩ ମାସ ହେଲା ହିତାଧିକାରୀଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ । ଟିପ ଚିହ୍ନ ଓ ଫେସ୍ ସ୍କାନ କରି ବି ଯୋଗାଣ ସହାୟକ ଦେଉନାହାନ୍ତି ଚାଉଳ ।

124

କନକ ବ୍ୟୁରୋ: ଦେଶରେ କେହି ଭୋକରେ ରହିବେ ନାହିଁ । ସେଥିପାଇଁ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହୋଇଛି । ହିତାଧିକାରୀଙ୍କ ପାଖରେ ରାସନ ସାମଗ୍ରୀ ପହଂଚିବା ପାଇଁ ସରକାର ଡିଲର ନିଯୁକ୍ତି ଦେଇଛନ୍ତି । ମାତ୍ର ମୁନାଫା ଖୋର ମନୋବୃତି ଥିବା ଡିଲରଙ୍କ ପାଇଁ ହିତାଧିକାରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସରକାରୀ ଯୋଜନା କେବଳ ଯୋଜନାରେ ସିମିତ ହୋଇ ରହି ଯାଉଛି । ସେପଟେ ଜିଲ୍ଲାପାଳଙ୍କ ଚିରାଚରିତ ଉତର ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ।

୫ ବର୍ଷ ହେଲାଣି କର୍କଟ ରୋଗରେ ପୀଡିତ ଭାରତୀ ଦାସ । ଭଲରେ କଥା କହିପାରୁନାହାନ୍ତି । ଏଭଳି ସ୍ଥିତିରେ ସେ ଏକାକି ଜୀବନ ଜିଉଁଛନ୍ତି । ପୁଅ-ବୋହୂ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ଆଉ ଏଠ ତାଙ୍କ ଏକମାତ୍ର ସାହାର କହିଲେ ରାସନ ଚାଉଳ । ମାତ୍ର ତିନି ମାସ ହେଲାଣି ଡିଲର ରାସନ ଦେଉନଥିବାରୁ ଗାଁରେ ମାଗି ଯାଚି ଚଳୁଛନ୍ତି । କେବଳ ଭାରତୀ ନୁହଁନ୍ତି ଗାଁର ଅଧିକାଂଶ ଗରିବ ଲୋକଙ୍କ ସମାନ ଅବସ୍ଥା । ରାସନ ସାମଗ୍ରି ପାଉନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ହିତାଧିକାରୀମାନେ ।

ରାଜନଗର ରାଜପୁର ପଂଚାୟତରେ ୧ ହଜାର ୧୯୯ ଜଣ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ୩ ଜଣ ରିଟେଲର ନିଯୁକ୍ତ ହୋଇଛନ୍ତି । ଏହି ୩ ରିଟେଲର ଗତ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସର ରାସନ ସାମଗ୍ରୀ ହଡପ କରିଥିବା ଅଭିଯୋଗ ହୋଇଛି । ଏମାନେ ହିତାଧିକାରୀଙ୍କ ଟିପ ଚିହ୍ନ ଓ ଆଖି ସ୍କାନ କରି ବି ରାସନ ଦେଉନାହାନ୍ତି । ଏନେଇ ଅଭିଯୋଗ କଲେ ରାସନକାର୍ଡ କାଟି ଦେବାକୁ ରିଟେଲର ଧମକ ଦେଉଛି ବୋଲି ହିତାଧିକାରୀମାନେ କହିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି, ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ।

ଖାଦ୍ୟ ପାଇଁ କାହାକୁ ମରିବାକୁ ଦିଆଯିବ ନାହଁ, ସରକାରଙ୍କ ଏହି ନାରା ହେଉଛନ୍ତି । ହେଲେ ମୁନାଫା ଖୋର ରିଟେଲଙ୍କ ପାଇଁ ଲୋକଙ୍କୁ ମାସମାସ ଧରି ଭୋକିଲା ରହିବାକୁ ପଡିଛି । ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗରିବଙ୍କ ପାଖରେ ରାସନ ପହଂଚାଇବାକୁ ଦାବି ହୋଇଛି ।