କନ୍ଧମାଳରେ ପ୍ରବଳ ଜାଡ । ଜି.ଉଦୟଗିରି ଓ ଫୁଲବାଣୀରେ ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଧନ ଜୀବନ, କାମକୁ ଯାଇ ନପାରି ଭୋଗୁଛନ୍ତି ଖଟିିଖିଆ ।

213

କନକ ବ୍ୟୁରୋ: ଗତ କିଛି ଦିନ ହେଲା ରାଜ୍ୟରେ ଶୀତ ପଡିଛି । ଗତ ୧୦ ତାରିଖରୁ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି । ପାରଦ ତଳ ମୁହାଁ ହୋଇଛି । ଶୀତ ସହିତ ଘନ କୁହୁଡି ଯୋଗୁଁ ଜାଡ ମାଡରେ ଜିଲ୍ଲା ଥରହର ହେଉଛି । ବେଶ କିଛି ଦିନ ହେଲା ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ହିଁ ରହୁଛି । ବୁଧବାର ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ କନ୍ଧମାଳ ଜିଲ୍ଲାର ସବୁଠାରୁ ଥଣ୍ଡା ସହର ଜି-ଉଦୟଗିର ରହିଛି । ଦାରିଙ୍ଗବାଡି ଠାରୁ ଜି.ଉୁୟଗିରି ଓ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୁତ ହେଉଛି ।

ସକାଳୁଆ ଥଣ୍ଡା ଏବଂ ଘନ କୁହୁଡିରେ ମୁହଁକୁ ମୁହଁ ଦେଖାଯାଉନାହିଁ । ଫଳରେ ଗାଡି ଚଳାଚଳ ଓ ଜନଜୀବନ ପ୍ରଭାବିତ ହେଉଛି । ସଂଧ୍ୟାରୁ ସକାଳ ୮-୯ଟା ଯାଏଁ ନିଆଁ ପାଖରୁ ଉଠିବାକୁ ଇଚ୍ଛା କରୁନାହାନ୍ତି । ଏହି ଶୀତ ବଡବଡିଆଙ୍କୁ ବୁଲାବୁଲି ପାଇଁ ସୁଯୋଗ ଦେଉଥିବା ବେଳେ ଗରିବ ଓ ଖଟିଖିଆଙ୍କ ପେଟକୁ ଲାତ ଦେଉଛି । ଶୀତ ଯୋଗୁଁ ଜୀବନ ଶୈଳୀରେ ପରିବର୍ତନ ହୋଇଛି । ସବୁଦିନ କାମକୁ ଯାଇ ହେଉନାହିଁ । ତେଣୁ ପରିବାର ପୋଷିବାରେ ସମସ୍ୟା ହେଉଛି ।

ଆକାଶ ମେଘମୁକ୍ତ ରହିଥିବାରୁ ଆଗକୁ ଶୀତର ପ୍ରକୋପ ବଢିବା ଆଶଙ୍କା କରାଯାଉଛି । କନ୍ଧମାଳ ଜିଲ୍ଲାରେ ଥଣ୍ଡା ଏବଂ କୁହୁଡି ବଢିଯାଇଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି ।