ମିଜୋରାମ ପଥର ଖାଦାନରେ ଅତଡା ଖସି ୧୦ ଜଣ ଶ୍ରମିକଙ୍କ ମୁତ୍ୟୁ । ମାଟିରେ ମିଶିଲା  ଅନେକ ଘର  ।

73

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ମିଜୋରାମରେ ଏକ ପଥର ଖାଦାନରେ ପଥର ଅତଡା ଖସି ୧୦ ଜଣ ଶ୍ରମିକଙ୍କ ମୁତ୍ୟୁ ହୋଇଛି । ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ମଙ୍ଗଳବାର ସକାଳୁ ପ୍ରବଳ ବର୍ଷା ପରେ ପାହାଡିଆ ଅଞ୍ଚଳ ଆଇଜଲରେ ଭୁସ୍ଖଳନ ହୋଇଛି । ବାତ୍ୟା ରେମାଲ ଯୋଗୁ କିିଛି ଦିନ ହେବ ମିଜୋରମରେ ବର୍ଷା ଲାଗିରହିଥିଲା । ଆଜି ସକାଳୁ ଅଧିକ ବର୍ଷା ପରେ ଭୁସ୍ଖଳନ ଘଟିଥିବା କୁହାଯାଉଛି । କିଛି ଲୋକେ ମାଟି ତଳେ ଫସିରହିଥଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ୬ ନମ୍ବର ଜାତୀୟ ରାଜପଥରେ ଭୁସ୍ଖଖନ ପରେ ଆଇଜଲ ଯାତାୟତ ବନ୍ଦ ହୋଇଯାଇଛି । ବର୍ଷା ଲାଗିରହିଥିବାରୁ ସ୍କୁଲ ଗୁଡିକ ବନ୍ଦ ରଖାଯାଇଛି । ସରକାରୀ ଅଧିକାରୀଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିିଛି ।